ବିରାଟକାୟ ଘଣ୍ଟିର ବୟସ ୨୭୭ ବର୍ଷ, ଓଜନ ୨୦୦ କିଲୋ

  • 23-Aug-2018
  • 0 Comments


ଶିଜିଆଝୁଆଂ(ଚୀନ): ଚୀନର ହେବେଇ ପ୍ରଦେଶସ୍ଥିତ ଗୋଟିଏ ଗ୍ରାମରେ ୨୭୭ ବର୍ଷ ବୟସର ବିରାଟକାୟ ଘଣ୍ଟି ଠାବ କରାଯାଇଛି । ଘଣ୍ଟିର ଓଜନ ପ୍ରାୟ ୨୦୦ କିଲୋ ଓ ଉଚ୍ଚତା ଏକ ମିଟର । ଘଣ୍ଟିର ମୋଟେଇ ୨ ସେଣ୍ଟିମିଟର ଥିବାବେଳେ ନିମ୍ନ ଅଂଶର ବ୍ୟାସ ୮୦ ସେଣ୍ଟିମିଟର । ଘଣ୍ଟିଟିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଉପର ଭାଗରେ ଆଠଟି ଶବ୍ଦରେ  କ୍ଷମତାସୀନ ରାଜା ଓ ତାଙ୍କ ରାଜତ୍ୱର ଦୀର୍ଘ ଜୀବନ କାମନା କରାଯାଇଛି । ନିମ୍ନ ଭାଗରେ ୩୦୦ ଶବ୍ଦରେ   ଘଣ୍ଟିର ଇତିହାସ ବର୍ଣ୍ଣନା କରାଯାଇଛି । ଏହି ଘଣ୍ଟି ଜରିଆରେ ବାର୍ତ୍ତା ପଠାଯିବାର କାମ ଚାଲିଥିଲା । ପରେ ଏହାକୁ ବାଦ୍ୟଯନ୍ତ୍ରର ଅଂଶବିଶେଷ ଭାବେ ବ୍ୟବହାର କରାଯାଉଥିଲା ବୋଲି ଚୀନ ପ୍ରତ୍ନତତ୍ତ୍ୱବିତଙ୍କ ସୂତ୍ରରୁ ପ୍ରକାଶ ।

Related

News