ଲଗାମଛଡ଼ା କରୋନା

  • 26-Mar-2021
  • 0 Comments


୨୪ ଘଂଟାରେ ମହାରାଷ୍ଟ୍ରରେ ୩୫ ହଜାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି କରୋନା ଚାଲେଞ୍ଜ କରିଛି । କୋଭାକ୍ସିନ ଓ କୋଭିିସିଲ୍ଡ ଭଳି କରୋନା ଟୀକା ବାହାର କରିବା ସତ୍ତ୍ୱେ ଦେଶରେ କରୋନା ସ୍ଥିତି ଅଣାୟତ୍ତ ଆଡ଼କୁ ମୁହାଁଇଛି । ୨୪ ଘଂଟା ଭିତରେ ଦେଶର ବାଣିଜ୍ୟ ରାଜଧାନୀ ମୁମ୍ବାଇରେ ୫,୫୦୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଓ ଚାରିଜଣ ମରିଛନ୍ତି । ସାରା ମହାରାଷ୍ଟ୍ରରେ ୩୫ ହଜାର ୯୫୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୨୪ ଘଂଟା ଭିତରେ ମହାରାଷ୍ଟ୍ରରେ ୧୧୧ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଗୁରୁବାର ଦିଲ୍ଲୀରେ ପ୍ରାଣ ହରାଇଥିବା ୫ ଜଣ କରୋନା ରୋଗୀଙ୍କୁ ମିଶାଇ ଆଜିସୁଦ୍ଧା ମୋଟ ମୃତୁ୍ୟସଂଖ୍ୟା ୧୦,୯୭୮କୁ ବୃଦ୍ଧି ପାଇଛିି । ଦିଲ୍ଲୀରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା ୫ ହଜାରରୁ ଅଧିକ ହୋଇଛି ।

୨୦୨୦ ଡିସେମ୍ବର ୩୧ ପରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା ୫,୪୯୭କୁ ଛୁଇଁଛି । ଡିସେମ୍ବର ୩୧ରେ ଦିଲ୍ଲୀରେ ୫,୫୧୧ ଜଣ କରୋନା ସଂକ୍ରମିତ ଥିଲେ । ଗତ ୨୪ ଘଂଟାରେ ଦିଲ୍ଲୀରେ ୧୫୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଯାହା ଉଦବେଗର ବିଷୟ ବୋଲି ଧରାଯାଇଛି । ଡିସେମ୍ବର ୧୬ ପରଠାରୁ କୌଣସି ଦିନ ଏତେ ପରିମାଣର ରୋଗୀ ଚିହ୍ନଟ ହୋଇନଥିଲେ ।
 

Related

News