ଚାଲିଗଲା ଅନ୍ଧାରୀ ମୁଲକର ଖଳନାୟକ ଛୋଟା ରାଜନ୍

  • 07-May-2021
  • 0 Comments


କରୋନରେ ସଂକ୍ରମିତ ହୋଇ ଅନ୍ଧାରୀ ମୁଲକର ଖଳନାୟକ ଛୋଟା ରାଜନ୍ ଆଖି ବୁଜିଛି । ଏପ୍ରିଲ ୨୬ରେ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାକୁ ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା । ୨୦୧୫ରେ ତାକୁ ଇଣ୍ଡୋନେସିଆରୁ ଗିରଫ କରାଯାଇ ଦିଲ୍ଲୀର ତିହାର ଜେଲରେ ରଖାଯାଇଥିଲା । ଏପ୍ରିଲ ୨୬ ତାରିଖରେ ଜେଲ ଅଧିକାରୀ ନ୍ୟାୟାଳୟରେ ହାଜର ହୋଇ ଛୋଟା ରାଜନକୁ କରୋନା ସଂକ୍ରମଣ କରିଥିବାରୁ ବିଚାର ପାଇଁ ତାକୁ ନ୍ୟାୟାଧିଶଙ୍କ ଇଜଲାସରେ ଉପସ୍ଥିତ କରିବା ସମ୍ଭବ ନୁହେଁ ବୋଲି ଜଣାଇଥିଲେ । ୬୧ ବର୍ଷୀୟ ଗ୍ୟାଙ୍ଗଷ୍ଟର ବିରୋଧରେ ୭୦ରୁ ଅଧିକ ଅପରାଧିକ ମାମଲାର ବିଚାର ଚାଲିଛି । ଦାଦାବଟି ଆଦାୟଠାରୁ ଆରମ୍ଭ କରି ଟଙ୍କା ପାଇଁ ମଣିଷ ମାରିବା ପର୍ଯ୍ୟନ୍ତ ଅପରାଧରେ ଛୋଟା ରାଜନ ସଂପୃକ୍ତ ଥିଲା । 

Related

News