ଆଫଗାନିସ୍ତାନ: ସ୍କୁଲ ଉପରେ ବୋମାମାଡ଼, ୫୦ ମୃତ

  • 09-May-2021
  • 0 Comments


ଆଫଗାନ୍ ରାଜଧାନୀ କାବୁଲର ଦକ୍ଷିଣ ଭାଗରେ ଥିବା ଏକ ଛାତ୍ରୀଙ୍କ ସ୍କୁଲ ନିକଟରେ କ୍ରମାଗତ ତିନୋଟି ଭୟଙ୍କର ବିସ୍ଫୋରଣ ଘଟିବା ଫଳରେ ୫୦ ଜଣ ପିଲାଙ୍କ ପ୍ରାଣହାନି ଘଟିଛି । ମୃତକଙ୍କ ବୟସ ୧୧ରୁ ୧୫ ବର୍ଷ ବୟସ ଭିତରେ ହେବ । ଶତାଧିକ ପିଲା କ୍ଷତାକ୍ତ ହୋଇ ଏବେ ମଧ୍ୟ ଡାକ୍ତରଖାନାରେ ମୃତ୍ୟୁ ସହିତ ଲଢ଼ୁଛନ୍ତି, ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରବକ୍ତା ତାରିକ ଆରିଆନ୍ l 
ସ୍କୁଲ ଛୁଟି ହେବା ପରେ ପିଲାମାନେ ଫାଟକ ନିକଟରେ ଭିଡ଼ ଜମାଇଥିଲେ । ହଠାତ୍ ଫାଟକ ନିକଟରେ ବିସ୍ଫୋରକ ଭର୍ତ୍ତି କାରଟି ପ୍ରଥମେ ଧମାକା ସୃଷ୍ଟି କରିଥିଲା । ପରେପରେ ଆଉ ଦୁଇଟି ବିସ୍ଫୋରଣ ହୋଇଥିଲା । ତାଲିବାନ ସଂଗଠନ ପକ୍ଷରୁ ହମଲାକୁ ନିନ୍ଦା କରାଯାଇଛି ।

ମୃତ୍ୟୁର ଇଲାକା ଭାବେ ପରିଚିତ ଆଫଗାନିସ୍ତାନରେ ବୋମାମାଡ଼ ଓ ପୋଡାଜଳା ମାମୁଲି ଘଟଣା । ଏବେ ମଧ୍ୟ ନାଟୋ ଓ ଯୁକ୍ତରାଷ୍ଟ୍ର ଆମେରିକା ସେନା ଆଫଗାନ୍ ମାଟିରେ ଅଛନ୍ତି । ସେନା ପ୍ରତ୍ୟାହାର ଶେଷ ହେବାପରେ ସେଠାରେ ପୂର୍ବପରି ନର ସଂହାର ଚାଲିବା ଆଶଙ୍କା କରିଛନ୍ତି କିଛି ଆନ୍ତର୍ଜାତିକ ସଂଗଠନ ।

Related

News