‘କୃଷକଙ୍କ ଲାଲକିଲ୍ଳା ହିଂସାକାଣ୍ଡ ଯୋଜନାବଦ୍ଧ ଷଡ଼ଯନ୍ତ୍ର’

  • 28-May-2021
  • 0 Comments


ସାଧାରଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଲାଲକିଲ୍ଲା ଅଭିଯାନ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା ବୋଲି ଦିଲ୍ଲୀ ପୁଲିସ ପ୍ରସ୍ତୁତ ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ କରାଯାଇଛି । ସାଧାରଣତନ୍ତ୍ର ଦିବସ ଭଳି ଏକ ପବିତ୍ର ଦିନରେ କେନ୍ଦ୍ର ସରକାରଙ୍କ ପ୍ରଣୀତ ତିନି କୃଷକ ଆଇନ ବିରୋଧରେ କୃଷକ ମହାସଂଘର ମହାମେଳିକୁ ଦିଲ୍ଲୀ ପୁଲିସ ମହା ଅପରାଧ ବିବେଚନା କରିଛିି । ସେଦିନ କୃଷକଙ୍କ ବିରାଟ ପଟୁଆର ପୁଲିସ କଟକଣାକୁ ଭ୍ରୁକ୍ଷେପ ନକରି ଲାଲକିଲ୍ଲାରେ କୃଷକଙ୍କ ପତାକା ଉଡ଼ାଇବା ଲକ୍ଷ୍ୟ ରଖିଥିଲେ । କୃଷକଙ୍କ ମିଳିତ ପ୍ରତିବାଦ ଭାରତର ଆନ୍ତର୍ଜାତିକ ପ୍ରତିଷ୍ଠା ଓ ସମ୍ମାନ ଉପରେ ଆଂଚ ଆଣିଛି ବୋଲି ଅଭିଯୋଗ ଫର୍ଦ୍ଦ ସୂତ୍ରରୁ ଜଣାପଡ଼େ ।
ସାଧାରଣତନ୍ତ୍ର ଦିବସ ପୂର୍ବରୁ ପୁଲିସ ଓ କୃଷକ ମହାସଂଘ ମଧ୍ୟରେ ବୁଝାମଣା ହୋଇଥିଲା ଯାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଉଭୟ ପକ୍ଷ ଅଙ୍ଗୀକାରବଦ୍ଧ ହୋଇଥିଲେ । ମାତ୍ର ଜାନୁଆରୀ ୨୬ ତାରିଖରେ କୃଷକମାନେ ଟ୍ରାକ୍ଟର ଚଳାଇ ପୁଲିସ ବାରିକେଡ୍ ଭାଙ୍ଗି ଲାଲକିଲ୍ଲା ଆଡ଼କୁ ମାଡ଼ି ଯାଇଥିଲେ । କୃଷକଙ୍କ ଏଭଳି ଅଭିଯାନକୁ ପୁଲିସ ଆଇନ ଅମାନ୍ୟ ଆନେ୍ଦାଳନ ରୂପ ଦେଇଛି ।

ପୁଲିସ ଅଭିଯୋଗ ମୁତାବକ କୃଷକ ନେତାଙ୍କ ଆହ୍ୱାନ କ୍ରମେ ବିକ୍ଷୋଭକାରୀମାନେ ଲାଲକିଲ୍ଲା ଅଂଚଳକୁ ବିକ୍ଷୋଭ ଆଡ୍ଡା ବନାଇଥିଲେ । ଲାଲକିଲ୍ଲା ହିଂସାକାଣ୍ଡ ଘଟଣାରେ ପୁଲିସ ପଞ୍ଜାବ ଅଭିନେତା ଦୀପ ସିଧୁ ଓ ଇକବାଲ ସିଂହଙ୍କ ସମେତ ବହୁ ବିକ୍ଷୋଭକାରୀଙ୍କୁ ଗିରଫ କରି ଆଇନଗତ ପଦକ୍ଷେପ ଗ୍ରହଣ କରିଛି ।

Related

News