ମମତାଙ୍କୁ ୩୦ ମିନିଟ୍ ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ

  • 28-May-2021
  • 0 Comments


ସାମୁଦ୍ରିକ ଝଡ଼ ‘ୟାସ’ଜନିତ କ୍ଷୟକ୍ଷତି ଅନୁଧ୍ୟାନ କରିବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ । ଆକାଶ ମାର୍ଗରୁ ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଜ୍ୟପାଳ ଜଗଦୀପ ଧନଖଡ଼ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବୈଠକ ପାଇଁ ଧାର୍ଯ୍ୟ ସମୟଠାରୁ ଅଧଘଂଟା ବିଳମ୍ବରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ୨୦ ହଜାର କୋଟି ଟଙ୍କାର ବାତ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ଧରାଇ ମମତା ଆପଣା ବାଟରେ ଚାଲି ଯାଇଥିଲେ ।
ଏହି ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ରାଜ୍ୟପାଳ ଧନଖଡ଼ ଟ୍ୱିଟ୍ କରିଛନ୍ତି ଯେ କେନ୍ଦ୍ର-ରାଜ୍ୟ ଭିତରେ ଏଭଳି ମତଭେଦ ଗଣତନ୍ତ୍ର ପ୍ରତି ମଙ୍ଗଳଦାୟକ ନୁହେଁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ସେମାନଙ୍କର ଅଧିକାରୀଙ୍କ କେନ୍ଦ୍ର ବିରୋଧୀ ମନୋଭାବ ସାମ୍ବିଧାନିକ ବ୍ୟବସ୍ଥାର ପରିପନ୍ଥୀ ।

ମମତା ବାନାର୍ଜୀ କହିଛନ୍ତି, ଦୀଘାରେ ପୀଡ଼ିତଙ୍କ ଥଇଥାନ କାର୍ଯ୍ୟ ଚାଲିଥିବାରୁ ତାଙ୍କୁ ସମୀକ୍ଷା ବୈଠକ ଅଧାରୁ ଚାଲିଯିବାକୁ  ପଡ଼ିଲା । ହିଙ୍ଗଲଗଞ୍ଜ ଓ ସାଗରରେ ସମୀକ୍ଷା ବୈଠକ କରିବା ପରେ ସେ କଲାଇକୁଣ୍ଡାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ‘ୟାସ’ଜନିତ କ୍ଷୟକ୍ଷତି ସମ୍ପର୍କରେ ଜଣାଇବା ପରେ ଦୀଘା ଅଭିମୁଖେ ଗଲି ।  

Related

News