କରୋନା ଟୀକାଜନିତ ମୃତ୍ୟୁକୁ ମାନିଲା କେନ୍ଦ୍ର

  • 15-Jun-2021
  • 0 Comments


କୋଭିଡ୍ ଟୀକା ନେବାପରେ ତା’ର ପାଶ୍ୱର୍ ପ୍ରତିକ୍ରିୟା କାରଣରୁ ପ୍ରାଣହାନି ଘଟିଥିବା ଯୁକ୍ତିକୁ ଭାରତୀୟ ବିଶେଷଜ୍ଞ କମିଟି ମାନିବାକୁ ବାଧ୍ୟ ହୋଇଛନ୍ତି । ବିବିଧ ଦିଗରୁ ବହୁ ସତର୍କତାର ସହିତ ପରୀକ୍ଷା ନିରୀକ୍ଷା କରିବା ପରେ କେନ୍ଦ୍ର ସରକାରଙ୍କ ଗଠିତ ବିଶେଷଜ୍ଞ କମିଟି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ସରକାରଙ୍କ ସୂଚନା ମୁତାବକ କୋଭିଡ୍ ଟୀକାକରଣ ଅଭିଯାନରେ ସାମିଲ ଲୋକଙ୍କ ଭିତରୁ ମାତ୍ର ୩୧ ଜଣଙ୍କ ନିକଟରେ ପାଶ୍ୱର୍ ପ୍ରତିକ୍ରିୟା ଲକ୍ଷଣ ପ୍ରକାଶ ପାଇଥିଲା । ସେମାନଙ୍କ ଭିତରୁ ଜଣେ ୬୮ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଥିଲେ । ସଂପୃକ୍ତ ବ୍ୟକ୍ତି ୨୦୨୧ ମାର୍ଚ୍ଚ ୮ ତାରିଖରେ ଟୀକା ନେଇଥିଲେ । ଟୀକା ନେବାର ଅଧଘଂଟା ଭିତରେ ସଂପୃକ୍ତ ବ୍ୟକ୍ତି ଗୁରୁତର ଭାବେ ଅସୁସ୍ଥ ଅନୁଭବ କରିଥିଲେ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସଂପୃକ୍ତ ବ୍ୟକ୍ତି ପ୍ରାଣ ହରାଇଥିଲେ ମଧ୍ୟ ସରକାର ଟୀକାକରଣ ଯୋଗୁ ଉକ୍ତ ବ୍ୟକ୍ତି ପ୍ରାଣ ହରାଇଥିôବା ଅଭିଯୋଗକୁ ଏଡ଼ାଇ ଦେଉଥିଲେ । 
 

ମଙ୍ଗଳବାର ସରକାରଙ୍କ ନିଯୁକ୍ତିପ୍ରାପ୍ତ କମିଟି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କହିଛନ୍ତି, ଟୀକା ନେଇଥିବା ବ୍ୟକ୍ତି ଆନାଫାଇଲାକ୍ସିସ୍ ଶିକାର ହୋଇଥିଲେ । ତୁରନ୍ତ ଚିକିତ୍ସା ସେବା ନପାଇ ତାଙ୍କର ପ୍ରାଣହାନି ଘଟିଥିଲା । ଏଭଳି ପାଶ୍ୱର୍ ପ୍ରତିକ୍ରିୟା କ୍ୱଚିତ୍ ଘଟିଥାଏ, ତେବେ କେଉଁ କାରଣରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଟୀକା ନେବାର କେଇମିନିଟ୍ ପରେ ଆନାଫାଇଲାକ୍ସିସ୍ କବଳରେ ପଡ଼ିଥିଲେ, ସେ ସମ୍ପର୍କରେ କମିଟି କିଛି ସ୍ପଷ୍ଟ କରି ନଥିଲେ ।
କମିଟି ପକ୍ଷରୁ ଫେବୃଆରୀ ୫ ତାରିଖରେ କରୋନା ଟୀକା ପାଶ୍ୱର୍ ପ୍ରତିକ୍ରିୟାରେ ଶିକାର ହୋଇଥିବା ୫ଟି ମାମଲା, ମାର୍ଚ୍ଚ ୮ ତାରିଖରେ ଶିକାର ୮ ଓ ମାର୍ଚ୍ଚ ୩୧ ତାରିଖରେ ପୀଡ଼ିତ ୧୮ଟି ମାମଲାର ଯାଂଚ କରାଯାଇଥିଲା ।  

Related

News