ଦୁଆର ମୁହଁରେ ତୃତୀୟ ଲହର

  • 13-Jul-2021
  • 0 Comments


କରୋନା ଟୀକାକରଣ ତୃତୀୟ ଲହରକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହେବ । ମାତ୍ର ତା’ ସହିତ ଆମ ସମସ୍ତଙ୍କୁ ମୁଖା ଧାରଣ, ସାମାଜିକ ଦୂରତା ରକ୍ଷା ଓ ସାନିଟାଇଜର ବ୍ୟବହାର କରିବାକୁ ହେବ । 
ସୋମବାର ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମଏ) ସତର୍କବାଣୀ ଶୁଣାଇଛି । ଧାର୍ମିକ ପୀଠ ଓ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ଜନସମାଗମ ଦେଖିବା ପରେ ଆଇଏମଏ କହିଛି, ଆହୁରି କିଛିମାସ ପାଇଁ ଧାର୍ମିକ ପୀଠ ଓ ପର୍ଯ୍ୟଟନ ସ୍ଥଳରେ କୋଭିଡ୍ କଟକଣା ଜାରି କରାଯିବା ଜରୁରୀ । ତା’ ନହେଲେ କରୋନାର ତୃତୀୟ ଲହରକୁ ସମ୍ଭାଳିବା କଷ୍ଟକର ହେବ । ଦେଶର କେତେକ ଅଂଚଳକୁ କଟକଣାମୁକ୍ତ କରାଯିବା ପରେ ପର୍ଯ୍ୟଟନ ସ୍ଥଳ ଓ ଧାର୍ମିକ ପୀଠରେ ଲୋକଙ୍କ ଭିଡ଼ ଜମିଛି । ଲୋକମାନେ ଦୀର୍ଘଦିନ ଧରି ଜେଲ ଜୀବନ ବିତାଇବା ପରେ ଖୋଲା ମଇଦାନରେ ବୁଲିବାର ସୁଯୋଗ ପାଇଛନ୍ତି ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟାମାନ ପ୍ରକାଶ ପାଇଛି । ସରକାରଙ୍କ ସବୁ ଗାଇଡଲାଇନ୍ ପ୍ରତି ଲୋକମାନେ ଆଖି ବୁଜିଦେଇଛନ୍ତି । 
 

ଆଇଏମଏ ସୂଚନା ମୁତାବକ ଦେଶରେ ବ୍ୟାପିଥିବା ମହାମାରୀକୁ ଅନୁଧ୍ୟାନ କଲେ ତୃତୀୟ ଲହର ସଂକ୍ରମଣ ସୁନିଶ୍ଚିତ ଜଣାଯାଏ । ଏପରି କ୍ଷେତ୍ରରେ ସରକାର ଓ ଜନତାଙ୍କର ସାମାନ୍ୟ ତ୍ରୁଟି ଦେଶକୁ ମହାବିପଦରେ ପକାଇବ । 

Related

News