ଆରଜିଏଚ୍ କପାଳ ଫଟା

  • 19-Jul-2021
  • 0 Comments


ଅନ୍ୟ ହାତକୁ ଜମି ଟେକି ଏବେ ଭାବୁଛି

କରୋନା ମୁକାବିଲା ପାଇଁ ଅକ୍ସିଜେନର ଆବଶ୍ୟକତା ଜରୁରୀ ଅନୁଭବ କରି କେନ୍ଦ୍ର ସରକାର ଅକ୍ସିଜେନ ୟୁନିଟ୍ ପ୍ରତିଷ୍ଠା ପ୍ରତି ଗୁରୁତ୍ୱାରୋପ କରିବା ପରେ ରାଜ୍ୟ ସରକାର ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ୍) ପାଇଁ ଜାଗା ଖୋଜିବା ଆରମ୍ଭ କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ପକ୍ଷରୁ ଆରଜିଏଚ୍ ପ୍ରତି ଅନୁକମ୍ପା ବର୍ଷା ହୋଇଛି । ମାତ୍ର ସ୍ଥାନ ଅଭାବ କାରଣରୁ କାର୍ଯ୍ୟାରମ୍ଭ ହୋଇପାରିନି । କରୋନାର ଦ୍ୱିତୀୟ ସଂକ୍ରମଣ ପ୍ରଭାବ କମିଯାଇଛିି; ମାତ୍ର ତୃତୀୟ ସଂକ୍ରମଣ ଭୟ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅକ୍ସିଜେନ୍ ୟୁନିଟ୍ ପ୍ରତିଷ୍ଠା କରାଯାଉଛି । ଏବେ ଆରଜିଏଚ୍ ପରିସରସ୍ଥିତ ମାତୃ ଶିଶୁ ହସ୍ପିଟାଲ କୋଠା ନିକଟରେ ଅକ୍ସିଜେନ୍ ୟୁନିଟ୍ ନିର୍ମାଣ ଚାଲିଛି । ବାୟୁମଣ୍ଡଳରୁ ଅକ୍ସିଜେନ୍ ସଂଗ୍ରହ କରିି କାରଖାନା ଜରିଆରେ ତାକୁ ରୋଗୀଙ୍କ ନିକଟରେ ପ୍ରୟୋଗ କରାଯିବ । ବର୍ତ୍ତମାନ ସୁଦ୍ଧା ୟୁନିଟର ପ୍ରାୟ ୪୦% କାମ ସରିଛି । ଠିକାଦାରଙ୍କ ଅବହେଳା କାରଣରୁ ମନ୍ଥର ଗତିରେ ନିର୍ମାଣ କାମ ଚାଲିଛି । କେନ୍ଦ୍ର ସରକାର ୧୦୦୦ ଏଲପିଏମ୍ କ୍ଷମତା ବିଶିଷ୍ଟ ଅକ୍ସିଜେନ୍ ୟୁନିଟ୍ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରି ଚିଠି ଲେଖିବାରୁ ରାଜ୍ୟ ପୂର୍ତ୍ତ ବିଭାଗ ଚିନ୍ତାରେ ପଡ଼ିଯାଇଛି । ଆରଜିଏଚ୍ ପରିସରସ୍ଥିତ ଏମସିଏଚ୍ କୋଠା ନିକଟରେ ଥିବା ଖାଲି ଜାଗାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ସିଜେନ୍ ୟୁନିଟ୍ ତିଆରି ଚାଲିଛି । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରଜିଏଚ୍ ପରିସରରେ ଅକ୍ସିଜେନ୍ ୟୁନିଟ୍ ନିର୍ମାଣ କରାଗଲେ, ଭବିଷ୍ୟତରେ ହସ୍ପିଟାଲକୁ ସମ୍ପ୍ରସାରଣ କରିହେବନି ।
 

ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି, ପୂର୍ବରୁ ଆରଜିଏଚ୍ ନିକଟରେ ୪୦ ଏକର ଜାଗା ଥିଲା । ତା’ ଭିତରୁ ୧୦ ଏକର ଜାଗାରେ ହନୁମାନ ବାଟିକା ଓ ୧୫ ଏକର ଜାଗା ହାଇଟେକ୍ ମେଡିକାଲ କଲେଜକୁ ଦିଆଯାଇଛି । ମାତ୍ର ୧୫ ଏକର ଜାଗାରେ ଆରଜିଏଚ୍ ଚାଲିଥିଲେ ମଧ୍ୟ ୧ ଏକର ଜାଗା ଜବରଦଖଲକାରୀଙ୍କ କବଳରେ ଅଛି । ଏବେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ମାନ୍ୟତା ଲାଭ କରିଥିବା ଆରଜିଏଚ୍ କପାଳ ଫଟା ବୋଲି ବୁଝିବାକୁ ହେବ ।

Related

News