ଟୋକିଓ ଅଲିମ୍ପିକ୍ସରେ ଓଡ଼ିଶାରୁ ପାଂଚ

  • 23-Jul-2021
  • 0 Comments


ଜାପାନବାସୀଙ୍କ ତୀବ୍ର ବିରୋଧକୁ ଖାତର ନକରି ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ କ୍ରୀଡ଼ାପ୍ରେମୀଙ୍କ ଅଭିଳଷିତ ଟୋକିଓ ଅଲିମ୍ପିକ କ୍ରୀଡ଼ା । ପ୍ରଥମ ଥର ପାଇଁ ବିନା ଦର୍ଶକରେ ଅନୁଷ୍ଠିତ ଅଲିମ୍ପିକ କ୍ରୀଡ଼ାରେ ୨୦୦ରୁ ଅଧିକ ଦେଶର ପ୍ରାୟ ୧୧ ହଜାର ୪୦୦ ପ୍ରତିଯୋଗୀ ଭାଗ ନେଉଛନ୍ତି । ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଲିମ୍ପିକ ମହାସମରକୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଜାପାନ ସରକାର ଯାବତୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । କରୋନା କାରଣରୁ ୨୦୨୦ ଅଲିମ୍ପିକ ୨୦୨୧କୁ ଘୁଂଚା ଯାଇଥିଲା । ଟୋକିଓ ଅଲିମ୍ପିକ ବିଭିନ୍ନ ଦୃଷ୍ଟିରୁ ଅସାଧାରଣ ରହିବ ବୋଲି ଆୟୋଜକମାନେ କହିଛନ୍ତି । ଟୋକିିଓ ଅଲିମ୍ପିକକୁ ଭାରତ ୧୨୭ ଖେଳାଳି ପଠାଇଛି । ଓଡ଼ିଶାର ଦୌଡ଼ରାଣୀ ଦୂତିଚାନ୍ଦ, ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା ଓ ନମିତା ଟୋପ୍ପୋ ଅଲିମ୍ପିକରେ ଯୋଗଦେବାର ଅଛି । ଓଡ଼ିଶାବାସୀ ସେମାନଙ୍କଠାରୁ ଯଥେଷ୍ଟ କିଛି ଆଶା ପୋଷଣ କରିଛନ୍ତି ।

Related

News