ଭାସୁଛି ପଶ୍ଚିମ ଭାରତ

  • 25-Jul-2021
  • 4 Comments


  ppu-prof_krET

Наша группа профессиональных исполнителей завершена предъявить вам современные технологии, которые не только подарят надежную безопасность от холодных воздействий, но и подарят вашему зданию модный вид. Мы функционируем с самыми современными веществами, ассигнуруя по

  ppu-prof_CofQC

Забота о жилище - это забота о удовлетворении. Утепление фасадов - это не только модный облик, но и обеспечение тепла в вашем удобном уголке. Наша бригада, наша команда профессионалов, предлагаем вам преобразить ваше жилище в идеальное жилище. Наши дизайнерские решения - эт

  SVsaiuyLT

Managing an effective treatment for neuroleptic malignant syndrome when to take viagra before sex Garcia Gomez, A

  DyncBliliDF

best price for generic cialis Wang Y, Liu Y, Malek SN, Zheng P and Liu Y

ଗୋଆରୁ ମହାରାଷ୍ଟ୍ର, ବିହାର ଜଳମୟ
ମହାରାଷ୍ଟ୍ରରେ ୧୩୭ ଜଣଙ୍କ ପ୍ରାଣହାନି

ମହାରାଷ୍ଟ୍ରର ମୁମ୍ବାଇଠାରୁ ଆରମ୍ଭ କରି ରାଜସ୍ଥାନ, ଗୋଆ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ମୌସୁମୀ ବର୍ଷା ପ୍ରକୋପ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଫଳରେ ନଈନାଳ, ପୋଖରୀ, ଗାଡ଼ିଆ, ନାଳନର୍ଦ୍ଦମା, ରାସ୍ତାଘାଟ ସବୁକିଛି ଜଳାର୍ଣ୍ଣବ ହୋଇଯାଇଛି । ସହରାଂଚଳରେ ବର୍ଷାଜଳ ନିଷ୍କାସନ ହୋଇ ନପାରି ଲୋକଙ୍କ ଘର ଭିତରେ ପ୍ରବେଶ କରିଛି । ବିଶେଷ କରି ସହର ତଳି ଅଂଚଳରେ ବସବାସ କରୁଥିବା ପରିବାର ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି । ମହାରାଷ୍ଟ୍ରର ଚିପଲୁନ ସହରର ସଡ଼କ ଓ ଘରଗୁଡ଼ିକ ପାଣିରେ ବୁଡ଼ିଯାଇଛିି । ରାୟଗଡ଼ରେ ନିରବଚ୍ଛିନ୍ନ ବର୍ଷା କାରଣରୁ ଭୂସ୍ଖଳନ ଘଟି ବହୁ ଘର ଭାଙ୍ଗିଯାଇଛି । ଉଦ୍ଧାରକାରୀ ଦଳ ପ୍ରାୟ ୪୯ଟି ମୃତଦେହ ଉଦ୍ଧାର କରିଛି । ପଶ୍ଚିମ ଭାରତରେ ବହୁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ପ୍ରାୟ ୧୩୭ ଲୋକଙ୍କ ଜୀବନ ନେଇଥିବା ସରକାରୀ ସୂତ୍ରରୁ ପ୍ରକାଶ । ଲକ୍ଷାଧିକ ଲୋକ ପାଣିଘେରରେ ରହି ସରକାରଙ୍କ ସାହାଯ୍ୟକୁ ଅପେକ୍ଷା କରିଛନ୍ତି । ଉଦ୍ଧାରକାରୀ ଦଳ ମୋଟରବୋଟ ସହାୟତାରେ ଲୋକଙ୍କୁ ପାଣିଘେରରୁ ଆଣି ଅସ୍ଥାୟୀ ଶିବିରରେ ପହଂଚାଇଛନ୍ତି । 
ରାଜସ୍ଥାନର ଝାଲାବାଡ଼, ପାଲୀ, ଯୋଧପୁର, କୋଟା, ବାରାଂ, ସବାଇ ମାଧୋପୁର, ଟୋଙ୍କ, ଉଦୟପୁର ସମେତ ବହୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛିି । ବାରାଂ ଜିଲ୍ଲାରେ ଗୋଟିଏ ପୋଲ ବୁଡ଼ିଯିବାରୁ ଗ୍ରାମବାସୀମାନେ ଅନ୍ୟତ୍ର ଯାଇ ନପାରି ପାଣିଘେରରେ ରହିବାକୁ ବାଧ୍ୟ ହୋଇଛନ୍ତି । ବିହାରର ସହର୍ସା ସମେତ ବହୁ ଜିଲ୍ଲାରେ ବନ୍ୟା ହୋଇଯାଇଛି । କର୍ଣ୍ଣାଟକର ଉତ୍ତର ଭାଗରେ ମଧ୍ୟ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ଆନ୍ଧ୍ର ପ୍ରଦେଶର କୃଷ୍ଣାନଗର ଜିଲ୍ଲାରେ ବହୁ ଗ୍ରାମ କ୍ଷତିଗ୍ରସ୍ତ ହୋଇଛି । କେତେକ ସ୍ଥାନରେ ଲୋକମାନେ ଭାସିଯାଇ ପ୍ରାଣ ହରାଇଥିବାର ସୂଚନା ମିଳିଛି । ବନ୍ୟା ପ୍ରଭାବିତ ଅଂଚଳରେ ଲୋକମାନେ ନଦୀବନ୍ଧ, ଗଛଡାଳ, ଘରଛାତ ପ୍ରଭୃତି ଉଚ୍ଚସ୍ଥାନରେ ଆଶ୍ରୟ ନେଇଛନ୍ତି ।
ଶନିବାର ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହୋଇଛି । ଗୁରୁବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା ଦାଉରେ ଏକାଧିକ ସ୍ଥାନରେ ବିଭିନ୍ନ ଦୁର୍ଘଟଣାର ଶିକାର ହୋଇ ପ୍ରାୟ ୧୩୭ ଜଣ ପ୍ରାଣ ହରାଇଛନ୍ତି । ଥାଣେ, ରାୟଗଡ଼, ରତ୍ନଗିରି, ସତାରା, ସାଙ୍ଗଲୀ ଓ କୋହ୍ଲାପୁର ଜିଲ୍ଲାରେ ୯ ହଜାରରୁ ଅଧିକ ଲୋକଙ୍କୁ ଏନଡିଆରଏଫ୍, ନୌସେନା ଓ ସ୍ଥଳସେନା ଉଦ୍ଧାର କରିଛି । ୨୦୦ରୁ ଅଧିକ ଗ୍ରାମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
 

ଗୋଆରେ ଆହୁରି ଦୁଇଦିନ ଧରି ବର୍ଷା ହେବାର ସମ୍ଭାବନା ଥିବାରୁ ୬ଟି ଜିଲ୍ଲାରେ ଏନଡିଆରଏଫର ୧୮ଟି ଟିମକୁ ମୁତୟନ କରାଯାଇଛି ।  ଶୁକ୍ରବାର ରାୟଗଡ଼ରେ ଘଟିଥିବା ଭୂସ୍ଖଳନ ସ୍ଥାନରେ ଦୁଇଟିି ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ବ୍ୟସ୍ତ ଅଛି ।
କୋହ୍ଲାପୁରର ବହୁ ଇଲାକାରେ ସଡ଼କ ଉପରେ ପାଣି ଜମିରହିଛି । ଶନିବାର କୋଙ୍କଣ ରେଳ ଲାଇନରେ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଶୁକ୍ରବାର ରେଳ ଲାଇନ ଉପର ଦେଇ ବର୍ଷାପାଣି ପ୍ରବାହିତ ହେଉଥିବାରୁ ଟ୍ରେନ ଚଳାଚଳ ବାତିଲ କରାଯାଇଥିଲା । ମହାଡ଼ରେ ବନ୍ୟାଜଳ ଛାଡ଼ିଯାଇଛି, ମାତ୍ର ଏବେମଧ୍ୟ ସଡ଼କ ଉପରେ ବନ୍ୟାଜନିତ କ୍ଷତି ଅନୁଭବ କରାଯାଇଛି । ପୁଣେ-ବେଙ୍ଗାଲୁରୁ ରାଜପଥ ଉପରେ ଚଳାଚଳ ବାତିଲ କାରଣରୁ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ଯାନବାହନ ଅଟକି ରହିଛି । 
ଆହୁରି ଦୁଇଦିନ ଧରି ବର୍ଷାର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ଲୋକଙ୍କୁ ଆହୁରି ଚିନ୍ତାରେ ପକାଇଛି ।

Related

News