ସେମି ଫାଇନାଲରେ ସିନ୍ଧୁ

  • 30-Jul-2021
  • 0 Comments


ଭାରତୀୟ ବ୍ୟାଡମିଂଟନ ତାରକା ପିଭି ସିନ୍ଧୁ ଟୋକିିଓ ଅଲିମ୍ପିକ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ରେ ହରାଇ ସେମି ଫାଇନାଲରେ ପହଂଚିଛନ୍ତି । ଏହି ରୋମାଂଚକ ମ୍ୟାଚଟି ପ୍ରାୟ ୫୬ ମିନିଟ୍ ଧରି ଚାଲିଥିଲା । ସିନ୍ଧୁ ସ୍ମାଶ୍ ଓ ଲଙ୍ଗ୍ ସଟ୍ ମାରି ଅକାନେଙ୍କୁ କ୍ଲାନ୍ତ କରି ହାରିବାକୁ ବାଧ୍ୟ କରିଥିଲେ ।  ସିନ୍ଧୁଙ୍କ ଟାଣୁଆ ସଟ୍ ଖେଳିବାକୁ ଯାଇ ସେ ଚାରିଥର ତଳେ ପଡ଼ିଯାଇଥିଲେ । ୨୦୧୬ ରିଓ ଅଲିମ୍ପିକରେ ସିନ୍ଧୁ ରୌପ୍ୟ ପଦକ ଲାଭ କରିଥିଲେ । ସେମି ଫାଇନାଲରେ  ସିନ୍ଧୁଙ୍କୁ ବିଶ୍ୱର ନମ୍ବର ୧ ଖେଳାଳି ତାଇ ଜୁ ୟିଙ୍ଗ ନଚେତ୍ ରାତ୍ଚାନୋକ୍ ଇନ୍ତାନୋନଙ୍କ ସହ ଖେଳିବାକୁ ହେବ । ସେଥିରୁ ଜିତିଲେ, ଫାଇନାଲରେ ବ୍ୟାଡମିଂଟନ ଦୁନିଆର ଦୁଇ ନମ୍ବର ଖେଳାଳି ଭାବେ ପରିଚିତ ଚୀନର ଚେନ୍ ୟୁଫେଇଙ୍କୁ ଭେଟିପାରନ୍ତି ।

Related

News