ଆଫଗାନିସ୍ତାନରେ ତାଲିବାନୀ ଶାସନ!

  • 15-Aug-2021
  • 0 Comments


ଦୀର୍ଘ ସାତଦିନ ଧରି ଘମାଘୋଟ ଲଢ଼େଇର ପରିଣାମ ସ୍ୱରୂପ ତାଲିବାନ ଆଫଗାନିସ୍ତାନକୁ ଶାସନ କରିବା ସ୍ଥିତିରେ ପହଂଚିଛି । ରବିବାର ସକାଳେ ହଜାର ହଜାର ସଂଖ୍ୟକ ତାଲିବାନ ଯୋଦ୍ଧାଙ୍କୁ ରାଜଧାନୀ କାବୁଲ ଉପକଣ୍ଠରେ ରୁଣ୍ଡ ହୋଇଥିବାର ଦେଖିବାକୁ ମିଳିଛି । ଅପରାହ୍ଣରେ ବିଦ୍ରୋହୀ ଗୋଷ୍ଠୀର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଆଶରଫ ଗନିଙ୍କୁ ଭେଟିବାକୁ ଯାଇଛନ୍ତି । ତାଲିବାନଙ୍କ କଥାରେ ରାଜି ନହେଲେ, ରାଷ୍ଟ୍ରପତି ଗନିଙ୍କୁ କ୍ଷମତା ଛାଡ଼ିବାକୁ ହେବ । ପୂର୍ବରୁ ଆଫଗାନିସ୍ତାନର କାମଚଳା ସ୍ୱରାଷ୍ଟ୍ର ମନ୍ତ୍ରୀ ତାଲିବାନ ହାତକୁ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବାକୁ କହିସାରିଛନ୍ତି ।
ତାଲିବାନୀ ବିଦ୍ରୋହୀମାନେ ରାଜଧାନୀ କାବୁଲକୁ ଏକପ୍ରକାର ଘେରି ସାରିଛନ୍ତି । ମାତ୍ର ସହର ଭିତରକୁ ପ୍ରବେଶ କରିନାହାନ୍ତି । ଆମେରିକା ଓ ନାଟୋ ସେନା ଅପସାରଣ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ତାଲିବାନ ପୁଣି ମୁଣ୍ଡ ଉଠାଇଥିଲା ।

ଯେକୌଣସି ସମୟରେ ରାଷ୍ଟ୍ରପତି ଗନିଙ୍କୁ ରାଷ୍ଟ୍ରପତି ଭବନ ଛାଡ଼ିବାର ଆଶଙ୍କା କରାଯାଉଥିଲା ବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ‘ଏବେ ମଧ୍ୟ ସେନା କବଳରେ କାବୁଲ ସୁରକ୍ଷିତ ରହିଛି’ କହି ଲୋକଙ୍କୁ ଭୟ ନକରିବା ପାଇଁ ଆଶ୍ୱାସନା ଦେଇଛି ।

Related

News