ଜାତୀୟ ବାଳକ ହକି, ଓଡ଼ିଶାକୁ କାଂସ୍ୟ

  • 16-May-2022
  • 0 Comments


ଭୁବନେଶ୍ୱର, (ବିଡିଏନ୍ଏସ୍): ଗୋଆରେ ଅନୁଷ୍ଠିତ ବାଳକ ହକି ଚାମ୍ପିଅନସିପରେ ଓଡ଼ିଶାକୁ କାଂସ୍ୟ ମିଳିଥିଲା ବେଳେ ଉତ୍ତରପ୍ରଦେଶ ଚାମ୍ପିଅନ୍ ହୋଇଛି । ରବିବାର କାଂସ୍ୟ ପଦକ ପାଇଁ ହରିଆଣା ଓ ଓଡ଼ିଶା ମଧ୍ୟରେ ମୁକାବିଲା ହୋଇଥିଲା । ଓଡ଼ିଶା ହରିଆଣାକୁ ୫-୨ ବ୍ୟବଧାନରେ ପରାସ୍ତ କରିଥିଲା ।  
ରୋହିତ ସିଂହ (୨୨, ୩୭ ମିନିଟ୍‌)ଙ୍କ ଯୁଗଳରେ ଓଡ଼ିଶା ପୋଡିୟମ ଫିନିସ କରିଥିଲା। ଏହି ଯୁଗଳ ସଫଳତା ବଳରେ ରୋହିତ (୧୨ ଗୋଲ୍‌) ପ୍ରତିଯୋଗିତାର ସର୍ବୋଚ୍ଚ ଗୋଲ୍ ସ୍କୋରର୍‌ ହୋଇଥିଲେ। ରୋହିତଙ୍କ ବାଦ୍‌ ଅର୍ୟ୍ୟନ ଖେସ (୭ ମିନିଟ୍‌), ରିକି ତୋଞ୍ଜାମ (୧୯ ମିନିଟ୍‌) ଓ ସଞ୍ଜୀତ ତିର୍କି (୨୪ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ।

ହରିୟାଣାର ରବି (୨୮ ମିନିଟ୍‌) ଓ ଅଧିନାୟକ ବିଟୁ (୫୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଫାଇନାଲ୍‌ରେ ଶାହରୁଖ ଅଲୀ (୧୦, ୧୩, ୪୭ ମିନିଟ୍‌)ଙ୍କ ହ୍ୟାଟ୍ରିକ୍‌ ବଳରେ ଉତ୍ତରପ୍ରଦେଶ ୩-୦ ଗୋଲ୍‌ରେ ଝାଡ଼ଖଣ୍ଡକୁ ହରାଇ ଟ୍ରଫି କରାୟତ୍ତ କରିଥିଲା।

Related

News