ଖୋର୍ଦ୍ଧାରେ ହେବ ଆଇଆଇଜି କ୍ରିକେଟ୍ ଏକାଡେମୀ

  • 19-May-2022
  • 0 Comments


ଖୋର୍ଦ୍ଧା,(ବିଡିଏନ୍ଏସ୍): କ୍ରିକେଟ୍ କ୍ୟାରିଅର୍ ପାଇଁ ଓଡ଼ିଶାର ଯୁବପିଢ଼ୀ ଆଗ୍ରହୀ ଥିଲେ ମଧ୍ୟ ଭଲ ପ୍ରଶିକ୍ଷଣ କେନ୍ଦ୍ରଟିର ଅଭାବ ଥିବାରୁ ମନ ପଛକୁ ହଟିଯାଉଥିଲା । ମାତ୍ର ପୂର୍ବତନ କ୍ରିକେଟିଅର ମହମ୍ମଦ ଆଜାରୁଦ୍ଦିନ ଖୋର୍ଦ୍ଧାରେ ଏକ କ୍ରିକେଟ୍ ଏକାଡେମୀ ପ୍ରତିଷ୍ଠା କରିବାକୁ ଆଗେଇ ଆସିଛନ୍ତି ।
ବରୁଣେଇ ପାହାଡ ତଳେ ପ୍ରକୃତିର ମନୋରମ ପରିବେଶ କୋଳରେ ଏଥିପାଇଁ ଏକ ବିଶ୍ୱ ସ୍ତରୀୟ କ୍ରିକେଟ୍ ଖେଳର ଭିତିଭୂମି ସୃଷ୍ଟି ହୋଇଛି। ଉନ୍ନତ ମାନର ଖେଳ ପଡିଆ, ଦୈନଦିନ ଅଭ୍ୟାସ ପାଇଁ ଅତ୍ୟନ୍ତ ଉଚ୍ଚ କୋଟିର ବ୍ୟବସ୍ଥା ଓ ସରଞ୍ଜାମ ସହିତ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା କୋଚ୍ ଓ ଖେଳାଳୀମାନେ ଏଠାରେ ଯୋଗଦେଇ ପ୍ରଶିକ୍ଷଣ ଦେବାର କାର୍ୟ୍ୟକ୍ରମ ରହିଛି। ଆଇଆଇଜି କ୍ରିକେଟ୍ ଏକାଡେମୀର ଷ୍ଟାଡିୟମ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗର ଅଗ୍ରଗତିକୁ ନୀରିକ୍ଷଣ ଓ ପରିଦର୍ଶନ ପାଇଁ ମହମ୍ମଦ ଆଜାରୁଦ୍ଧିନ ଓଡିଶା ଆସିଛନ୍ତି। କ୍ୟାମ୍ପସ ପରିଦର୍ଶନ ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ ସଂପ୍ରତି ଓଡିଶା, ଜାତୀୟ ଓ ଆନ୍ତର୍ଜାତୀୟ କ୍ରିଡା ମାନଚିତ୍ରରେ ଏକ ବିଶେଷ ସ୍ଥାନ ଗ୍ରହଣ କରିଛି।

ଖୋର୍ଦ୍ଧାର ବରୁଣେଇ ସ୍ଥିତ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଖୋଲିବ ଆଇଆଇଜି କ୍ରିକେଟ୍ ଏକାଡେମୀ। ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ କ୍ରିକେଟ୍ ଖେଳାଳୀ ତଥା ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଧିନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏଠାରେ ଖୋଲିବ ଆଇଆଇଜି କ୍ରିକେଟ୍ ଏକାଡେମୀ ଚାଲିବ।

Related

News