ମହାରାଷ୍ଟ୍ର ରାଜନୀତି ସରଗରମ 

  • 23-Jun-2022
  • 0 Comments


ସରକାରୀ ବାସଭବନ ଛାଡିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମୁମ୍ବାଇ : ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ କ୍ରମେ ଘନେଇବାକୁ ଲାଗିଛି ! ଅସନ୍ତୁଷ୍ଟ ଶିବସେନା ବିଧାୟକଙ୍କୁ ମନାଇବାରେ ଉଦ୍ଧବ ବିଫଳ ହେବା ପରେ ପତ୍ନୀ ଓ ବିଧାୟକ ପୁଅକୁ ସାଙ୍ଗରେ ଧରି ସରକାରୀ ବଙ୍ଗଳା ଛାଡିଛନ୍ତି ! ବିଦ୍ରୋହୀ ଶିବସେନା ବିଧାୟକ ଏକନାଥ ସିଂଦେଙ୍କ ନେତୃତ୍ୱରେ ୩୪ ବିଧାୟକ ରାଜ୍ୟପାଳଙ୍କ ନିକଟକୁ ଚିଠି ପଠାଇ ବିଧାୟକ ଦଳ ନେତା ଭାବେ ଏକନାଥଙ୍କୁ ନିଯୁକ୍ତ କରିବା ପାଇଁ ଅନୁମତି ଲୋଡିଛନ୍ତି ! ଶିବସେନାର ବରିଷ୍ଠ ବିଧାୟକ ତଥା ରାଜ୍ୟ ସରକାରର କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ବରେ ଅନେକ ବିଧାୟକ ଏକଜୁଟ୍ ହେଉଛନ୍ତି । ଏହି ବିଧାୟକମାନେ ଶିବସେନା, ଏନସିପି ଓ କଂଗ୍ରେସକୁ ନେଇ ଗଠିତ ରାଜ୍ୟର ମହା ବିକାଶ ଅଘାଡି (ଏମ୍‌ଭିଏ) ଭାଙ୍ଗିବାର ଯୋଜନା କରିଛନ୍ତି। ଏଥିରେ ବିରୋଧୀ ଦଳ ବିଜେପି ସାମିଲ ହୋଇଛି। ରାଜ୍ୟର ଏପରି ରାଜନୈତିକ ସଂକଟକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି।

କୁହାଯାଉଥିଲା ଗତକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ମଦରୁ ଇସ୍ତଫା ଦେବେ । ହେଲେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନଥିଲେ ।

Related

News