ଗୋଟିଏ ଗଛ ଲଗାଇ ଦଶଟି ଗଛ କାଟିବେ ନବୀନ ସରକାର 

  • 07-Jul-2022
  • 0 Comments


ପ୍ରହସନମୂଳକ ବନୀକରଣ ଯୋଜନାରେ ଖର୍ଚ ହେବ ୪୮୮.୧୬ ଲକ୍ଷ 

ଭୁବନେଶ୍ୱର: ରାଜ୍ୟସ୍ତରୀୟ ବନ ମହୋତ୍ସବ ପ୍ରହସନ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବରମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ ମାଧ୍ୟମରେ ଏହି ଉତ୍ସବରେ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ. ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥଲେ। ଏଥି ସହିତ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ବିଧାୟକ ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନାଙ୍କ ସମେତ ବହୁ ବରେଣ୍ୟ ଅତିଥି, ବନ ବିଭାଗର ଅଧିକାରୀ, ବୁଦ୍ଧିଜୀବୀ , ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ଏହି ସମାରୋହରେ ଯୋଗ ଦେଇଥିଲେ । ଓଡିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ଜଙ୍ଗଲ ବାହିନୀର ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବନ ମହୋତ୍ସବର ଗୁରୁତ୍ୱ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ।

ପ୍ରତିବର୍ଷ ପରି ଚଳିତ ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି। ପ୍ରତିବର୍ଷ ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ଲୋକପ୍ରିୟ ପ୍ରହସନ ଭାବେ ପରିଚିତ ବୃକ୍ଷରୋପଣ ଯୋଜନା ଚାଲିଛି ! ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଂଚଳ କ୍ରମାଗତ ଭାବେ କମିବାକୁ ଲାଗିଛି। ରାଜ୍ୟରେ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ଚଳିତ ବର୍ଷ ବର୍ଷା ଋତୁରେ ବିଭିନ୍ନ ବନୀକରଣ ଯୋଜନା ଯଥା ପ୍ରାକୃତିକ ଜଙ୍ଗଲର ରକ୍ଷଣା ବେକ୍ଷଣ , କୃତ୍ରିମ ଜଙ୍ଗଲ, ସହରାଂଚଳ ବନୀକରଣ, ପଥପାର୍ଶ୍ୱ ବନୀକରଣ ଇତ୍ୟାଦି ପ୍ରହସନ ପାଇଁ କ୍ରିୟାଶୀଳ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏହିସବୁ ଯୋଜନା ମାଧ୍ୟମରେ ୪୮୮.୧୬ ଲକ୍ଷ ଚାରା ରୋପଣ ପାଇଁ କାଗଜପତ୍ରରେ  ଉଲ୍ଲେଖ କରାଯାଇଛି ! ତା ସହିତ ସାଧାରଣ ଲୋକଙ୍କୁ ୪୯୦.୩୦ ଲକ୍ଷ ଚାରା ସ୍ୱଳ୍ପ ମୂଲ୍ୟରେ ଏବଂ ବିଜେଡି ପାଇଁ କାମ କରୁଥିବା ବିଭିନ୍ନ ଅନୁଷ୍ଠାନଗୁଡିକୁ ବିନା ମୂଲ୍ୟରେ ବିତରଣ କରାଯିବ !
ଜଙ୍ଗଲଜାତୀୟ ଉଦ୍ଭିଦ ଓ ଔଷଧୀୟ ବୃକ୍ଷର ଚାହିଦା ପୂରଣ ନିମନ୍ତେ ରାଜ୍ୟ ସରକାର ପ୍ରୋତ୍ସାହନ ପ୍ରଦାନ କରନ୍ତି ! ମାତ୍ର ବାସ୍ତବରେ ସରକାର ଗୋଟିଏ ଗଛ ଲଗାଇବା ପାଇଁ ଦଶଟି ଗଛ କାଟୁଛନ୍ତି !

ଏପରି କରିବାର ଏକମାତ୍ର କାରଣ ଭାବେ ସରଳାର ରା଼କ୍ୟର ବିକାଶକୁ ଅସ୍ତ୍ର କରିଛନ୍ତି ! ଆଜିର ବନୀକରଣ ମହୋତ୍ସବରେ ଏକ ସ୍ମରଣିକା ‘୭୩ ତମ ବନ ମହୋତ୍ସବ, ଯେଉଁଥିରେ ରାଜ୍ୟ ବନ ବିଭାଗର ଉନ୍ନତି ମୂଳକ କାର୍ୟ୍ୟକ୍ରମ ସଂପର୍କରେ ଉଲ୍ଳିଖିତ ଅଛି, ତାହାର ଶୁଭ ଉନ୍ମୋଚନ କରାଯାଇଛି । ଚଳିତ ବର୍ଷ ୭୩ ତମ ବନ ମହୋତ୍ସବ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବନୀକରଣ ସଂପର୍କରେ ସଚେତନତା ଜାଗ୍ରତ କରାଯିବା ମିମନ୍ତେ, ବକ୍ତୃତା, ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ମହୋତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କିନ୍ତୁ ବରିଷ୍ଠ ଲୋକଙ୍କ ମନରେ ବନୀକରଣ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସେଭଳି ଗୁରୁତ୍ୱ ଦିଅ ଯାଇନି ! 
 

Related

News