ମହାନଦୀ ଓ ତାର ଶାଖାନଦୀରେ ବନ୍ୟା ଆସନ୍ନ 

  • 14-Aug-2022
  • 0 Comments


ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ 
ହୀରାକୁଦ : ରବିବାର ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୬.୫୬ ଫୁଟ୍ ଥିଲା; ଜଳଭଣ୍ଡାରକୁ ୫ ଲକ୍ଷ ୪୧ ହଜାର ୯୮୮ କ୍ୟୁସେକ ଜଳ ପ୍ରବେଶ କରୁଥିଲା ବେଳେ ୫, ୬୧,୦୫୪ କ୍ୟୁସେକ ନିଷ୍କାସିତ ହେଉଛି । ଖଇରମାଲଠାରେ ୯ ଲକ୍ଷ ୧୦ ହଜାର କ୍ୟୁସେକ, ବାରମୂଳଠାରେ ୯ ଲକ୍ଷ ୮ହଜାର ୯୮୮ କ୍ୟୁସେକ ଓ ମୁଣ୍ଡୁଳୀଠାରେ ୫ ଲକ୍ଷ ୩୭ ହଜାର ୦୮୬ କ୍ୟୁସେକ ଜଳ ନିଷ୍କାସିତ ହେଉଛି; ହୀରାକୁଦ ଜଳଭଣ୍ଡାରର ୩୪ଟି ଗେଟ୍ ଖୋଲାଯାଇଛି; ଆଗକୁ ଜଳ ପ୍ରବେଶ ମାତ୍ରା ଆହୁରି ବଢ଼ିବା ଆଶଙ୍କା ରହିଛି। ଏଣେ ମହାନଦୀ ବନ୍ୟାଜଳ ମୁଣ୍ଡଳୀ ଅତିକ୍ରମ କରିବ ବୋଲି ଜଣାଯାଇଛି।

ଧୀରେ ଧୀରେ ମହାନଦୀ ଭୀଷଣ ରୂପ ନେଉଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହିଥିବା କାରଣରୁ ସ୍ଥିତି ଗମ୍ଭୀର ହୋଇପାରେ। ଆଜି ସକାଳେ ମୁଣ୍ଡଳୀ ଦେଇ ୫ ଲକ୍ଷ ୩୭ ହଜାର ୦୮୬ ଜଳ ପ୍ରବାହିତ ହେଉଛି। ସୋମବାର ଏହା ୮ଲକ୍ଷ କ୍ୟୁସେକ୍ ଛୁଇଁପାରେ। ଏଣୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ହେବ । ତଳିଆ ଅଂଚଳ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି I 

Related

News