୧୩ ବର୍ଷ ହେଲା ସ୍ୱପ୍ନ ଦେଖୁଛନ୍ତି ବିଶାଲ

  • 29-Sep-2023
  • 0 Comments


ନିକଟରେ ମୁକ୍ତିଲାଭ କରିଛି ବିଶାଲ ଭରଦ୍ୱାଜଙ୍କ ସିରିଜ ‘ଚାର୍ଲି ଚୋପ୍ରା’ । ଆଗାମୀ ସପ୍ତାହରେ ନେଟ୍ ଫ୍ଲିକ୍ସରେ ତାଙ୍କର ଏକ ଚଳଚ୍ଚିତ୍ର ‘ଖୁଫିୟା’ ମୁକ୍ତିଲାଭ କରିବ । ଉକ୍ତ ଚଳଚ୍ଚିତ୍ରରେ ତବୁ, ବାମିକା ଗବ୍ବି, ଆଶିଷ ବିଦ୍ୟାର୍ଥୀ, ଅଜମିରି ହକ୍, ଅଲ୍ଲୀ ଫଜଲ ଭଳି ଅଭିନେତା କାମ କରିଛନ୍ତି । ଏକ ସାକ୍ଷାତକାରରେ ବିଶାଲ କହିଛନ୍ତି, ୧୩ ବର୍ଷ ହେଲା ସେ ଶାହରୁଖଙ୍କୁ ନେଇ ଚଳଚ୍ଚିତ୍ରଟିଏ ତିଆରି କରିବାକୁ ଚାହୁଁଛନ୍ତି । ମାତ୍ର ତାହା ଶେଷ ମୁହୂର୍ତରେ ଅଟକି ଯାଉଛି । ନିକଟ ଭବିଷ୍ୟତରେ ଶାହରୁଖଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ସୁନିଶ୍ଚିତ ହେବାକୁ ଯାଉଛି ।

୨୦୧୦ରେ ଚେତନ ଭଗତଙ୍କ ଲିଖିତ ‘ଟୁ ଷ୍ଟେଟ୍ସ’ କାହାଣୀକୁ ଚଳଚ୍ଚିତ୍ର ରୂପ ଦେବା ପାଇଁ ବିଶାଲ ଭରଦ୍ୱାଜ ଆଗ୍ରହୀ ଥିଲେ । ଉକ୍ତ ଚଳଚ୍ଚିତ୍ରରେ ଶାହରୁଖ ଓ ଅସିତ ମୁଖ୍ୟ ଚରିତ୍ରରେ ଅଭିନୟ କରିବାର ଥିଲା । ପୁଣି ଶୁଣିବାକୁ ମିଳିଲା, ଶାହରୁଖ ଓ ଅସିତଙ୍କ ବଦଳରେ ଶୈଫ ଅଲୀ ଖାନ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଉକ୍ତ ଚଳଚ୍ଚିତ୍ର ନିର୍ମାଣ କରାଯିବ । ଚଳଚ୍ଚିତ୍ରଟିର ନିଦେ୍ର୍ଦଶନା ଦାୟିତ୍ୱରେ ରହିବେ ‘ଅଂଜାନା ଅଂଜାନି’ ନିଦେ୍ର୍ଦଶକ ସିଦ୍ଧାର୍ଥ ଆନନ୍ଦ । ସେଇଟା ମଧ୍ୟ କାମ କଲାନି । ପରେ ଅଭିଷେକ ବର୍ମନ, ଅର୍ଜୁନ କପୁର ଓ ଆଲିୟା ଭଟ୍ଟଙ୍କୁ ନେଇ ଚଳଚ୍ଚିତ୍ରଟି ତିଆରି କରାଗଲା ।

କୋଉ ଚଳଚ୍ଚିତ୍ରରେ ବିଶାଲ ଓ ଶାହରୁଖ ଏକାଠି ହେବେ, ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇନି । ଇତି ମଧ୍ୟରେ ଶାହରୁଖ ‘ଟାଇଗର-୩’ରେ କାମ କରିବାର ଯୋଜନା ଅଛି । ତା’ପରେ ଶାହରୁଖ ଓ ତାଙ୍କ ଝିଅ ସୁହାନା ନିଦେ୍ର୍ଦଶକ ସୁଜାୟ ଘୋଷଙ୍କ ପାଇଁ କାମ କରିବେ । ୨୦୨୪ରେ ଶାହରୁଖ ଓ ସଲମାନ ‘ଟାଇଗର ଭର୍ସେସ୍ ପଠାନ’ରେ ଏକାଠି ହେବାକୁ ଯାଉଛନ୍ତି ।

Related

News