ମୁଁ କ’ଣ ସୁନ୍ଦରୀ ନୁହେଁ?

  • 04-Oct-2023
  • 0 Comments


ଭାରତୀୟ ଚଳଚ୍ଚିିତ୍ର ଦୁନିଆର ଜଣେ ଅଭିନେତ୍ରୀ ବାଣୀ କପୁର । ପର୍ଯ୍ୟଟନ ଅଧ୍ୟୟନରେ ସ୍ନାତକ ହାସଲ କରିବା ପରେ ଚଳଚ୍ଚିତ୍ର ଦୁନିଆରେ ପାଦ ଦେଇଥିଲେ ବାଣୀ । ତାଙ୍କର ପ୍ରଥମ ରୋମାଂଟିକ ଚଳଚ୍ଚିତ୍ର ‘ଶୁଦ୍ଧ ଦେଶୀ ରୋମାଂସ’ । ଉକ୍ତ ଚଳଚ୍ଚିତ୍ର ପାଇଁ ସେ ନବାଗତ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି । ୨୦୧୪ରେ ତାମିଲ ଚଳଚ୍ଚିତ୍ର ‘ଆହା କଲ୍ୟାଣମ୍’ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଥିଲେ । ୨୦୧୬ରେ ‘ବେଫିକର୍’ରେ ଅଭିନୟ କଲେ । ମାତ୍ର କୌଣସି କାରଣରୁ ତିନିବର୍ଷ ପାଇଁ ଚଳଚ୍ଚିତ୍ର ଦୁନିଆରୁ ଦୂରେଇ ଯାଇଥିଲେ ।
 
୨୦୧୯ରେ ‘ୱାର’ ଜରିଆରେ ପୁଣି ଚଳଚ୍ଚିତ୍ର ଦୁନିଆକୁ ଫେରିଲେ । ୨୦୨୧ରେ ‘ଚଣ୍ଡିଗଡ଼ କରେ ଆଶିକି’ରେ ଜଣେ କିନ୍ନର ମହିଳା ଚରିତ୍ରରେ ଅବତୀର୍ଣ୍ଣ ହୋଇ ସେ ଲୋକପ୍ରିୟତା ସାଉଁଟିଥିଲେ ।

ରିତିକ ରୋଶନ ଓ ଟାଇଗରଙ୍କ ସହିତ ଅଭିନୟ କରିବା ପରେ ବାଣୀ ଜଣେ ସଫଳ ଅଭିନେତ୍ରୀ ପରିଚୟ ପାଇଲେ । ୨୦୨୧ରେ ସେ ଅକ୍ଷୟ କୁମାରଙ୍କ ସହ ବେଲ ବଟମ୍’ରେ ଅଭିନୟ କଲେ । ଅକ୍ଷୟଙ୍କ ସହ ତାଙ୍କର ଯୋଡ଼ିକୁ ଦର୍ଶକମାନେ ପସନ୍ଦ କଲେ । 

ସେହି ବର୍ଷ ଆୟୁଷ୍ମାନ ଖୁରାନାଙ୍କ ସହିତ ବାଣୀ ‘ଚଣ୍ଡିଗଡ଼ କରେ ଆଶିକି’ରେ ଅଭିନୟ କଲେ । ପ୍ରତି ଚଳଚ୍ଚିତ୍ରର କାହାଣୀ ମୁତାବକ ଚରିତ୍ର ଭିତରେ ପଶି ତାକୁ ଜୀବନ୍ତ କରିବାର କଳା ବାଣୀଙ୍କୁ ମାଲୁମ । ୩୫ ବର୍ଷୀୟା ବାଣୀଙ୍କ ଆଖିରେ ଏବେ ମଧ୍ୟ ଚମକୁଛି ୧୮ ବର୍ଷୀୟା ଚୁଲବୁଲୀ ନାୟିକା ।

Related

News