ବିଗ୍ ବସ୍-୧୭: ପ୍ରିୟଙ୍କାଙ୍କ ସଂପର୍କୀୟା ମନ୍ନାରା ଅସୁସ୍ଥ

  • 26-Oct-2023
  • 0 Comments


ଆଜିକାଲି ପ୍ରସାରିତ ବିଗ୍ ବସ୍-୧୭ରେ ଚର୍ଚ୍ଚାର ପାତ୍ର ହୋଇଛନ୍ତି ମନ୍ନାରା ଚୋପ୍ରା । ତାଙ୍କର ଆଉ ଏକ ପରିଚୟ ହେଉଛି ସେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସଂପର୍କୀୟ ଭଉଣୀ । ବିଗ୍ ବସ୍ ରେ ମନ୍ନାରା ଜଣେ ଭାବାବେଗ ଚରିତ୍ରରେ ଅବତୀର୍ଣ୍ଣ । ତାଙ୍କ ନିଖୁଣ ଅଭିନୟକୁ ଲୋକମାନେ ତାରିଫ କରିଛନ୍ତି । 

ଜାଣନ୍ତି, ଉକ୍ତ ଚରିତ୍ରରେ ଅଭିନୟ କରୁକରୁ ମନ୍ନାରା ଏଙ୍ଗଜାଇଟ୍ ଆଟାକ୍ ର ଶିକାର ହୋଇଛନ୍ତି । ଯେତେବେଳେ ଆପଣ କୌଣସି ବିଷୟରେ ଅଧିକରୁ ଅଧିକ ଚିନ୍ତା କରନ୍ତି, ସେତେବେଳେ ଏଙ୍ଗଜାଇଟ୍ ଆଟାକ୍ କରିବାର ଆଶଙ୍କା ଥାଏ । 

ଉକ୍ତ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଶରୀରରୁ ଅଧିକ ପରିମାଣର ଝାଳ ବାହାରିଥାଏ । ନିଦ ଲାଗେନା, ଭୋକ ଲାଗେନା, ମନରେ ନାନା ଦୁର୍ଭାବନା ଦେଖାଦିଏ ।

ଏପରିକି ମନରେ ଦୃଢ଼ ଆତ୍ମବିଶ୍ୱାସ ଅଭାବ ଓ ସାମାଜିକ ପରିବେଶକୁ ସାମ୍ନା କରିବାର ଭୟ ଏଙ୍ଗଜାଇଟ୍ ଆଟାକ୍ ଲକ୍ଷଣ ହୋଇପାରେ । ପରୀକ୍ଷା ଅବା ଚାକିରି ପାଇଁ ସାକ୍ଷାତକାର ପୂର୍ବରୁ ମନରେ ଦେଖାଦେଉଥିବା ଭୟ ବା ଆଶଙ୍କା ଏକପ୍ରକାର ଏଙ୍ଗଜାଇଟ୍ ଆଟାକ୍ ଲକ୍ଷଣ ।

ବିଶେଷ କରି କାମର ଚାପ, ବିଦ୍ୟାଳୟରେ ଶିକ୍ଷକଙ୍କ ଚାପ, ପାରିବାରିକ ସମସ୍ୟା, ଜୀବନଶୈଳୀ ପରିବର୍ତନ, କ୍ୟାରିୟର ଚିନ୍ତା, ସଂପର୍କ ସ୍ଥାପନକୁ ନେଇ ଚିନ୍ତା, ପୁରୁଣା ରୋଗ ଚିନ୍ତା, ଆର୍ଥିକ ଅଭାବ ଏଙ୍ଗଜାଇଟ୍ ଆଟାକ୍କୁ ଆମନ୍ତ୍ରଣ କରିଥାଏ । 
 

ଏଭଳି ମାନସିକ ରୋଗରେ ଆକ୍ରାନ୍ତ ପୁରୁଷ, ମହିଳା, ଯୁବକ, ଯୁବତୀ, କିଶୋର, କିଶୋରୀଙ୍କୁ ତୁରନ୍ତ ଅଭିଜ୍ଞ ମାନସିକ ଚିକିତ୍ସକଙ୍କ ନିକଟକୁ ନିଆଯିବା ଜରୁରୀ । ନଚେତ୍ ଅନ୍ତିମ ପର୍ଯ୍ୟାୟକୁ ନେଲେ, ପୀଡ଼ିତଙ୍କୁ ସୁସ୍ଥ କରିବା କଷ୍ଟକର ହୋଇଥାଏ । ଏପରିକି ପୀଡ଼ିତ ଆତ୍ମହତ୍ୟା ଭଳି ଭୟଙ୍କର ପଦକ୍ଷେପ ନେବାକୁ ପଛାଏ ନାହିଁ ।

Related

News