ଫାଇଜର କରୋନା ଟିକା ପ୍ରତି ପ୍ରଶ୍ନବାଚୀ, ନର୍ସ ସଂକ୍ରମିତ

  • 31-Dec-2020
  • 0 Comments


ଆମେରିକା ପ୍ରସ୍ତୁତ ଫାଇଜର କରୋନା ଟୀକା ୯୦%ରୁ ଅଧିକ ସଫଳ ବୋଲି କମ୍ପାନୀ ଦାବି କରୁଛି । ମାତ୍ର ଏହି ଟୀକା ନେଇଥିବା ମାଥ୍ୟୁ ଡ଼ବ୍ଲ୍ୟୁ ନାମକ ଜଣେ ନର୍ସ କରୋନା ସଂକ୍ରମିତ ହେବା ପରେ ଟୀକାକୁ ନେଇ ଭୟ ସୃଷ୍ଟି ହୋଇଛି । ଏପରିକି ଟୀକାର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଗତ ୧୮ ତାରିଖରେ ମାଥ୍ୟୁ ଡ଼ବ୍ଲ୍ୟୁ ନିଜ ଫେସବୁକ ପୋଷ୍ଟରେ ଫାଇଜର ଟୀକା ନେଇଥିବା ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ଅନୁସାରେ ମାଥ୍ୟୁ ଦୁଇଟି ଡ଼ାକ୍ତରଖାନାରେ କାମ କରନ୍ତି । ଟୀକା ନେବା ପରେ ତାଙ୍କଠାରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନ ଥିଲା । ମାତ୍ର ୬ ଦିନ ପରେ ତାଙ୍କ ଦେହରେ ଯନ୍ତ୍ରଣା ଅନୁଭବ ହେଲା ଓ ମାଂସପେଶୀରେ କ​‌ଷ୍ଟ ହୋଇଥିଲା । ତାଙ୍କୁ ଥଣ୍ଡା ହେଲା ଓ ଏହାପରେ  ମାଥ୍ୟୁ ଡ୍ରାଇଭ୍ ଅପ୍ ହସ୍ପିଟାଲ୍ ପରୀକ୍ଷା ସ୍ଥାନକୁ ଯାଇ ପରୀକ୍ଷଣ କରିଥିଲେ ଯେଉଁଥିରେ ସେ କରୋନା ପଜିଟିଭ୍ ବୋଲି ଜଣା ପଡ଼ିଥିଲା।

ବିଶେଷଜ୍ଞମାନେ କହିଛନ୍ତି ଯେ ଟୀକା ହେବାର କିଛି ଦିନ ପରେ କରୋନା ପଜିଟିଭ୍ ଘଟଣା ଅତ୍ୟନ୍ତ ଆଶ୍ଚର୍ୟ୍ୟଜନକ ନୁହେଁ। ଆମେରିକାର ସାନ ଡିଏଗୋର ସଂକ୍ରାମକ ରୋଗ ବିଶେଷଜ୍ଞ ଖ୍ରୀଷ୍ଟିଆନ ରାମର୍ସ କହିଛନ୍ତି ଯେ ଟୀକା ନେବାର ୧୦ରୁ ୧୪ ଦିନ ମଧ୍ୟରେ ଜଣେ ବ୍ୟକ୍ତିଙ୍କଠାରେ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥାଏ । ଟୀକାର ପ୍ରଥମ ମାତ୍ରା ୫୦% ରୋଗ ପ୍ରତିରୋଧକ ଶକ୍ତି ଦେଇଥାଏ ଏବଂ ୯୫% ରୋଗପ୍ରତିରୋଧକ ଶକ୍ତି ପାଇବାକୁ ହେଲେ ଟୀକାର ଦ୍ବିତୀୟ ମାତ୍ରା ନେବାର ଆବଶ୍ୟକତା ଅଛି ।

 

ଟୀକାପ୍ରସ୍ତୁତକାରୀ ସଂସ୍ଥା ଫାଇଜରଅନୁସାରେ  ୧୬ ବର୍ଷରୁ ଅଧିକ ଲୋକଙ୍କ ପାଇଁ ପିଫାଇଜରର ଟିକା ନିରାପଦ । କମ୍ପାନୀ ଏହା ମଧ୍ୟ ଦାବି କରିଛି ଯେ ଏହାର କରୋନା ଟିକା ୯୫ ପ୍ରତିଶତ ପ୍ରଭାବଶାଳୀ । ତେବେ କୌଣସିପ୍ରକାର ଆଲର୍ଜିରେ ପୀଡ଼ିତ ବ୍ୟକ୍ତି ଏହି ଟୀକା ନେବା ଉଚିତ ନୁହେଁ ବୋଲି ଏଫ୍‌ଡିଏ ମାର୍ଗଦର୍ଶିକା ଜାରି କରିଛି ।

Related

News