କ୍ଷମତା ଆଗରେ ରକ୍ତ ସମ୍ପର୍କ ତୁଚ୍ଛ

  • 14-Jan-2021
  • 0 Comments


କ୍ଷମତା ପାଇଁ ଯେକୌଣସି ସ୍ତଗରେ ରକ୍ତ ସମ୍ପର୍କ ତୁଚ୍ଛରକୁ ଚାଲି ଯାଇପାରନ୍ତି କିଛି ବ୍ୟକ୍ତି । ସେମାନଙ୍କ ମଧ୍ୟରେ ଉତ୍ତରକୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍ ପ୍ରଥମରେ ଅଛନ୍ତି । ଏକଦା କିମ୍ ଅସୁସ୍ଥ ଥିବା ସମୟରେ ଉତ୍ତରକୋରିଆର ଶାସନ ଭାର ତୁଲାଇଥିଲେ ତାଙ୍କ ଭଉଣୀ । ମାତ୍ର ସୁସ୍ଥ ହେବା ପରେ ସେ ଭଉଣୀଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଫେରାଇ ନେଇଛନ୍ତି । ଅବଶ୍ୟ ଭଉଣୀଙ୍କ ଶାସନ ନୀତି ଭାଇ କିମଙ୍କଠାରୁ ଆହୁରି କଠୋର । କ୍ଷମତାକୁ ହାତକୁ ଆସିବା କ୍ଷଣି ଭଉଣୀ କିମ ୟୋ ଦକ୍ଷିଣକୋରିଆ ରାଷ୍ଟ୍ରପତିଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଥିଲେ । କିମଙ୍କ ବିରୋଧରେ କେହି ପାଟି ଫିଟାଇବାର ସାହସ କରିପାରନ୍ତି ନାହିଁ । 

ଗତ ବର୍ଷ କିମ ୟୋ ଜୋଙ୍ଗ ପଲିଟିବୁରୋର ଏକ ବିକଳ୍ପ ସଦସ୍ୟ ହୋଇଥିଲେ। ଏଥର ଓ୍ୱାକର୍ସ ପାର୍ଟି ବୈଠକରେ ତାଙ୍କୁ ପଲିଟିବ୍ୟୁରୋର ପୂର୍ଣ ସଦସ୍ୟତା ପାଇବେ ବୋଲି ଆଶା କରାଯାଉଥିଲା । ମାତ୍ର ରାଷ୍ଟ୍ରପତି ଜଙ୍ଗ ନିଜ ଭଉଣୀଙ୍କୁ କମିଟିରୁ ବାହାର କରି ଦେଇଛନ୍ତି । ପଲିଟିବୁରୋ ଉତ୍ତର କୋରିଆର ଏକ ଶକ୍ତିଶାଳୀ ରାଜନୈତିକ ସଂସ୍ଥା ଜ୍ଝ ଏହା ହେଉଛି ଦେଶର ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ଫ୍ଲାଗସିପ୍ ସଂଗଠନ ଜ୍ଝ ସରକାରଙ୍କ ପରିଚାଳନାରେ ଏହାର ସଦସ୍ୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଜ୍ଝ ବ୍ୟୁରୋର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଏ ଜ୍ଝ ତେଣୁ ଅନୁମାନ କରାଯାଉଛି ଯେ ଏହି ନିଷ୍ପତ୍ତି ପଛରେ କିମ ୟୋ ଜୋଙ୍ଗଙ୍କୁ ଦେଶର ରାଜନୀତିରୁ ଦୂରେଇ ରଖାଯାଉଛି। ଏପରିକି କିମ ଜୋଙ୍ଗ ଉନଙ୍କ ଏହି ପଦକ୍ଷେପ ତାଙ୍କ ଭଉଣୀକୁ ରାଜନୀତି ଛାଡିବାକୁ ବାଧ୍ୟ କରିପାରେ ବୋଲି ଆଲୋଚନା ହୋଇଛି।

 ୱାର୍କର୍ସ ପାର୍ଟି ବୈଠକର ସେ ନିଜକୁ ରାଷ୍ଟ୍ରପତି ପଦରୁ ସାଧାରଣ ସମ୍ପାଦକ ପଦବୀ ପର୍ୟ୍ୟନ୍ତ ପଦୋନ୍ନତି ଦେଇଥିଲେ। ଏହାପୂର୍ବରୁ ଜୋଙ୍ଗଙ୍କ ସ୍ୱର୍ଗତ ପିତା ଏବଂ ଜେଜେବାପା ଏହି ପଦରେ ରହିଥିଲେ । ଅନ୍ୟପକ୍ଷରେ ତାଙ୍କର ଭଉଣୀ କିମ୍ ୟୋ ଜଙ୍ଗଙ୍କୁ ପ୍ରଭାବଶାଳୀ କମିଟିରୁ ବାଦ ଦେଇଛନ୍ତି । 
 

Related

News