ରୁଗ୍ଣ ମାନସିକତା: ମସଜିଦ ତଳେ ହିନ୍ଦୁ ମନ୍ଦିର!

  • 27-Jan-2024
  • Comments


‘ବ୍ରହ୍ମା ବିଳି ବିଳେଇଲେ ବେଦ’ । କ’ଣ ବୁଝୁଛନ୍ତି ଏହି ପଂକ୍ତିରୁ । ବେଦପତି ବ୍ରହ୍ମାଙ୍କ ମୁହଁରୁ ବାହାରୁଥିବା ପ୍ରତ୍ୟେକ ବାକ୍ୟକୁ ଆଖିବୁଜି ଗ୍ରହଣ କରିବା । ସୃଷ୍ଟିକର୍ତା ବ୍ରହ୍ମାଙ୍କ ମାନସିକ ପରିସ୍ଥିତିକୁ ପରଖା ପରଖି ନକରି ତାଙ୍କର ପ୍ରତିଟି ଉପଦେଶକୁ ପାଳନ କରିବା ଆଦୌ ଉଚିତ ନୁହେଁ ବୋଲି ଖୋଦ୍ ପ୍ରଭୁ ନାରାୟଣ ବିଭିନ୍ନ ବାଟରେ ଆମକୁ ବୁଝାଉଛନ୍ତି । କିନ୍ତୁ ଆମେ ମୂର୍ଖ ତାଙ୍କ ଉପଦେଶକୁ ଠିକ ଭାବରେ ବୁଝିପାରୁନେ; ପରିଣାମ ସ୍ୱରୂପ ଗୋଟିଏ ପରେ ଗୋଟିଏ ବିପଦକୁ ମୁକାବିଲା କରୁକରୁ ଆମ ଜୀବନ କଟିଯାଉଛି ।

ଭାରତର ପୁରାତନ ଧର୍ମପୀଠ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଛିଡ଼ା ଜ୍ଞାନବାପି ମସଜିଦ ତଳେ ବିରାଟ ହିନ୍ଦୁ ମନ୍ଦିର ଥିଲା ବୋଲି ଏକ ମନଗଢ଼ା ଖବର ଏବେ ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହେବାକୁ ଯାଉଛି । ନିମ୍ନ ଅଦାଲତରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଦାଖଲ କରିଥିବା ରିପୋର୍ଟ ମୁତାବକ ଜ୍ଞାନବାପି ମସଜିଦ ତଳୁ ଏପରି କିଛି କଳାକୃତିଯୁକ୍ତ ପଥର ମିଳିଛି ଯୋଉଥିରୁ ପ୍ରତୀୟମାନ ହୋଇଛି ଯେ ସେଠାରେ ମସଜିଦ ପୂର୍ବରୁ ମନ୍ଦିର ଥିଲା ।

ମାମଲାଟି ଅଦାଲତଙ୍କ ବିଚାରାଧୀନ ଥିବାରୁ ସେ ସଂପର୍କରେ ସରକାର ନିରବତା ଅବଲମ୍ବନ କରୁଛନ୍ତି ମାତ୍ର ସରକାରଙ୍କ ଓକିଲ ବେଶ ଦୃଢ଼ତାର ସହ ମସଜିଦ ସ୍ଥାନରେ ମନ୍ଦିର ଥିଲା ବୋଲି କହୁଛନ୍ତି । ସରକାରୀ ଓକିଲ ବିଜେପି ନିକଟରୁ ମୋଟା ଅଙ୍କର ପ୍ରାପ୍ୟ ପାଇ ଅଦାଲତକୁ ଅବାଟରେ ଯିବାକୁ କହୁନାହାନ୍ତି ତ?

ଆମର ମୂର୍ଖ ଦିମାଗ କହୁଛି, ଗୋଟିଏ ମସଜିଦ ଉପରେ ରାମ ମନ୍ଦିର ତିଆରି କରି ତା’ ଭିତରେ ଅସଲି ରାମଙ୍କୁ ବସାଯାଇଛି କି ନା’, ଏ ଯାଏ ଆମ ସରକାର ଜଣାଇନାହାନ୍ତି । ଆଉ ଗୋଟିଏ ମସଜିଦ ଉପରେ ଆଉ ଗୋଟିଏ ମନ୍ଦିର ଠିଆ କରି ଆଉ ଗୋଟିଏ ଆଶଙ୍କାକୁ ଆମନ୍ତ୍ରଣ କରିବା ଆମ ପାଇଁ ମହାବିପଦ ହେବନି ତ?

Related

News