ମେ ପହିଲାରୁ ସାବାଳକଙ୍କୁ ଟୀକା

  • 20-Apr-2021
  • 0 Comments


ମେ ପହିଲାରୁ ୧୮ ବର୍ଷ ବୟସରୁ ଅଧିକ ଲୋକଙ୍କୁ କରୋନା ଟୀକା ଦିଆଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶର କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘନଘନ ଆଲୋଚନା କରିବା ପରେ ସରକାର ଘୋଷଣାନାମା ଜାରି କରିଛନ୍ତି । ଏଣିକି ରାଜ୍ୟ ସରକାର ଅନୁମତି ପ୍ରାପ୍ତ କମ୍ପାନୀଠାରୁ ସିଧାସଳଖ ଟୀକା କିଣିପାରିବେ । ସୋମବାର ଦେଶରେ ୨ ଲକ୍ଷ ୭୩ ହଜାର କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି ।
ଜାନୁଆରୀରୁ ସରକାରଙ୍କ ଆଦେଶ ଅନୁସାରେ ଲୋକଙ୍କୁ ସିରମ ଇନଷ୍ଟିଚୁ୍ୟଟ୍ ତିଆରି କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ପ୍ରସ୍ତୁତ କୋଭାକ୍ସିନ୍ ଟୀକା  ଦିଆଯାଉଛି ।

ଦେଶକୁ କରୋନାମୁକ୍ତ କରିବା ପାଇଁ ଟୀକାକରଣ ଏକମାତ୍ର ଅମୋଘ ଅସ୍ତ୍ର ବୋଲି ସରକାର ବିଚାର କରୁଛନ୍ତି । ତେଣୁ ଅଧିକରୁ ଅଧିକ ଲୋକଙ୍କ ମନରେ ଟୀକାକରଣ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସରକାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।  ସାଧାରଣ ଲୋକମାନେ ଯେପରି ମାମୁଲି ମୂଲ୍ୟରେ କରୋନା ଟୀକା ପାଇପାରିବେ, ସେଥିପାଇଁ ସରକାର ଲଗାତର ପ୍ରୟାସ ଜାରି ରଖିଛନ୍ତି ।

Related

News