କିଟ୍ କାଟ୍ ଚକୋଲେଟ୍, ମ୍ୟାଗି ନୁଡୁଲ୍ସ ହାନିକାରକ

  • 03-Jun-2021
  • 0 Comments


ଆନ୍ତର୍ଜାତିକ ସ୍ତରରେ ଲୋକପ୍ରିୟ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ‘ନେସଲେ’ କ୍ରମେ ବିବାଦ ଆଡ଼କୁ ଧାଇଁଚାଲିଛି । କମ୍ପାନୀର ପ୍ରତିଟି ଉତ୍ପାଦ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଖୋଦ୍ କମ୍ପାନୀର ପରିଚାଳକ ମାନିଛନ୍ତି । କମ୍ପାନୀର ଆଭ୍ୟନ୍ତରୀଣ ଯାଂଚ ସମୟରେ ପରିଚାଳକ ସ୍ୱୀକାର କରିଥିଲେ ଯେ କମ୍ପାନୀରେ ଉତ୍ପାଦନ ହେଉଥିବା ସାମଗ୍ରୀ ଭିତରୁ ପ୍ରାୟ ୬୦ ଭାଗ ସାଧାରଣ ଲୋକଙ୍କ ପକ୍ଷେ ହାନିକାରକ । ଏପରିକି କମ୍ପାନୀ ସରକାରଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟରେ ଉତ୍ପାଦନର ଗୁଣାତ୍ମକ ମାନ ଉଚ୍ଚମାନର କରିବାକୁ ଅକ୍ଷମତା ପ୍ରକାଶ କରିଛି । କମ୍ପାନୀ ଲେଖିଛି, ଆମେ ଯେତେ ଚେଷ୍ଟା କଲେ ମଧ୍ୟ ସରକାରଙ୍କ ଅନୁମୋଦିତ ନିୟମ ଭିତରେ ରହି ସ୍ୱାସ୍ଥ୍ୟକର ଖାଦ୍ୟ ଅବା ପାନୀୟ ତିଆରି କରିପାରିବୁ ନାହିଁ । ଏକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ନେସଲେ ଉତ୍ପାଦିତ ସାମଗ୍ରୀର ୩୭ ପ୍ରତିଶତ ଅତି ନିମ୍ନମାନର ।   ଉକ୍ତ ସର୍ବେକ୍ଷଣରେ ପଶୁଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟସାମଗ୍ରୀ  ବାଦ ପଡ଼ିଥିଲା ।

ଫଳରେ ଆଇସକ୍ରିମ୍, କିଟ୍ କାଟ୍ ଚକୋଲେଟ୍, ମ୍ୟାଗି ନୁଡୁଲ୍ସ ଓ ନେସ୍ କଫି ପ୍ରସ୍ତୁତ କରୁଥିବା କମ୍ପାନୀ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ସୁସ୍ଥ ଶରୀର ପ୍ରତି ସେତେଟା ଗୁରୁତ୍ୱ ଦେଉନି । କେବଳ ଶୁଦ୍ଧ କଫିକୁ ଛାଡ଼ିଦେଲେ, ଅନ୍ୟ ସବୁ ଉତ୍ପାଦରେ କିଛି ନା କିଛି ତ୍ରୁଟି ରହିଛି । ବ୍ୟବସାୟରେ ଅଧିକ ଲାଭ ଆଶା ରଖି କମ୍ପାନୀ ପରିଚାଳନା ମଣ୍ଡଳୀ ‘ମେରା ମର୍ଜୀ’ ନୀତି ଆପଣାଇଛନ୍ତି ।

Related

News