ପିଏସଏ ଅକ୍ସିଜେନ୍ ୟୁନିଟ୍ ପ୍ରତି ହାଇକୋର୍ଟଙ୍କ ଗୁରୁତ୍ୱ

  • 20-May-2021
  • 0 Comments


ଦେଶର ବଡ଼ ବଡ଼ ଡାକ୍ତରଖାନାରେ ଅକ୍ସିଜେନ୍ ପିଏସଏ ୟୁନିଟ୍ ସ୍ଥାପନ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ତାଗିଦ କରିଛନ୍ତି । ଗୁରୁବାର ଏକ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଖଣ୍ଡପୀଠ ଅକ୍ସିଜେନ ଅଭାବରୁ କରୋନା ରୋଗୀଙ୍କ ପ୍ରାଣହାନି ବିଷୟ ଉଠାଇ ତା’ର ପ୍ରତିକାର ପାଇଁ ସରକାରଙ୍କ ସକ୍ରିୟ ପଦକ୍ଷେପ ଲୋଡ଼ିଥିଲେ । 
ଜଷ୍ଟିସ୍ ବିପିନ ସାଂଘୀ ଓ ଜଷ୍ଟିସ୍ ଜସମୀତ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ସଚିବଙ୍କଠାରୁ ରାଜ୍ୟରେ ପ୍ରତିଷ୍ଠିତ ଶହେରୁ ଅଧିକ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଅକ୍ସିଜେନ୍ ପିଏସଏ ୟୁନିଟ୍ ବସାଇବା ପାଇଁ କି’ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେ ସମ୍ପର୍କୀତ ଷ୍ଟାଟସ୍ ରିପୋର୍ଟ ଲୋଡ଼ିଛନ୍ତି ।
ଖଣ୍ଡପୀଠ କହିଛନ୍ତି, କରୋନା ମହାମାରୀ ସମୟରେ ଅକ୍ସିଜେନ ଅଭାବ ଦୂର କରିବା ପ୍ରତ୍ୟେକ ରାଜ୍ୟ ସରକାରଙ୍କର ପ୍ରଧାନ କର୍ତ୍ତବ୍ୟ ।

Related

News