ରାଜ୍ୟର ଡେଙ୍ଗୁ ସ୍ଥିତି ସନ୍ତୋଷଜନକ

  • 29-Sep-2023
  • 0 Comments


ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ପଦକ୍ଷେପ କାରଣରୁ ରାଜ୍ୟର ଡେଙ୍ଗୁ ସ୍ଥିତି କ୍ରମେ ନିୟନ୍ତ୍ରଣ ଭିତରକୁ ଆସୁଛି । ଏବେ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଛୁଇଁବାକୁ ଯାଉଛି । ମାତ୍ର ତାହା ଯେକୌଣସି ବିକାଶମୁଖୀ ରାଜ୍ୟ ପକ୍ଷେ ଗ୍ରହଣଯୋଗ୍ୟ । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଭଳି ବିକଶିତ ରାଜ୍ୟଗୁଡ଼ିକ ଡେଙ୍ଗୁ ତାଲିକାର ପ୍ରଥମ ତିନୋଟି ନମ୍ବରରେ ରହିଛନ୍ତି । 

ଚଳିତ ବର୍ଷ ଶେଷ ସୁଦ୍ଧା ଓଡ଼ିଶାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଯେତେ ବଢ଼ିଲେ ମଧ୍ୟ କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ରଠାରୁ ତଳେ ରହିବ, ଏହା ସୁନିଶ୍ଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 
ସବୁଠାରୁ ବଡ଼ ଆଶ୍ୱସ୍ତିର ବିଷୟ ହେଉଛି, ବାପା ବିଜୁ ପଟ୍ଟନାୟକଙ୍କ ନାମରେ ସ୍ୱାସ୍ଥ୍ୟ କାର୍ଡଟିଏ ପ୍ରଚଳନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡେଙ୍ଗୁ ମନରେ ଏକପ୍ରକାର ଭୟ ସୃଷ୍ଟି କରି ପାରିଛନ୍ତି । 

ରାଜ୍ୟର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସହରାଂଚଳର ଗଳିକନ୍ଦି ବୁଲାବୁଲି କରି ଏଡିସ ମଶାର ଶକ୍ତିଶାଳୀ ପ୍ରଜାତିର ବନ୍ଧ୍ୟାକରଣ କରୁଛନ୍ତି । ଏଡିସ ମଶାର ଶକ୍ତିଶାଳୀ ପ୍ରଜାତି ରୂପେ ଆଲବୋପିକ୍ଟସକୁ ବୁଝାଯାଉଛି ।

ସୂଚନା ମୁତାବକ ସେପ୍ଟେମ୍ବର ଶେଷସୁଦ୍ଧା ରାଜ୍ୟରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ୭୭୯୪ । ଡାକ୍ତରଙ୍କ ପ୍ରଚେଷ୍ଟାରୁ ଡେଙ୍ଗୁରୋଗୀଙ୍କ ମୃତୁ୍ୟ ଚିନ୍ତାଜନକ ସ୍ଥିତିରେ ନାହିଁ । ଦିନକୁ ୨୦୦ ଡେଙ୍ଗୁରୋଗୀ ଚିହ୍ନଟ ହେଉଥିଲେ ଯାହା ଏବେ ୧୦୦କୁ ଖସିଛି । ଆଗାମୀ ଦିନରେ ତାହା ଆହୁରି କମିଯିବ ।

Related

News