ଷ୍ଟେରଏଡ୍ ପ୍ରତି ସାବଧାନ 

  • 04-May-2021
  • 0 Comments


ଅଧିକ ପରିମାଣର ଷ୍ଟେରଏଡ୍ ବ୍ୟବହାର ଜୀବନ ପ୍ରତି ବିପଦ ବୋଲି ଏମ୍ସ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି । ଅକ୍ସିଜେନ ଓ ଔଷଧ ଅଭାବରୁ କରୋନା ରୋଗୀ ମରୁଛନ୍ତି । ମାତ୍ର ରୋଗ ଦାଉରୁ ରକ୍ଷା ପାଇବା ପାଇଁ କେତେକ ସ୍ଥଳରେ ଷ୍ଟେରଏଡର ଅଧିକ ଡୋଜ୍ ଦିଆଯାଉଥିବାର ଖବର ଶୁଣିବାକୁ ମିଳୁଛି । ବିନା କାରଣରେ ଅଧିକ ପରିମାଣର ଷ୍ଟେରଏଡ୍ ଡୋଜ୍ ନେଲେ ଫୁସଫୁସ ପ୍ରତି ବିପଦ । ବିଶେଷ କରି କରୋନା  ପୀଡ଼ିତଙ୍କ ପାଇଁ ଷ୍ଟେରଏଡ୍ ଆଦୌ ଗ୍ରହଣୀୟ ନୁହେଁ । ଗୁଲେରିଆ କହିଛନ୍ତି, ରେମଡିସିଭର ସମେତ ସବୁ ପ୍ରକାରର ଷ୍ଟେରଏଡ୍ ଶରୀର ପାଇଁ ହିତକାରକ ବୋଲି ଅଧିକାଂଶ ଲୋକ ଭାବୁଛନ୍ତି । କିନ୍ତୁ ସେପରି ଭାବିବା ମସ୍ତବଡ଼ ଭୁଲ । କରୋନା ଭୂତାଣୁ ଫୁସଫୁସ ଉପରେ ଆକ୍ରମଣ କରିଥାଏ ।

ରୋଗୀ ଠିକଭାବେ ଅକ୍ସିଜେନ୍ ଗ୍ରହଣ କରିପାରନ୍ତିନି । ସେତେବେଳେ ଆଂଟି ଭାଇରସ୍ ଇଞ୍ଜେକସନ୍ ଦିଆଯାଏ । ସେହିପରି ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ମଧ୍ୟ ଆଂଟି ଭାଇରସ୍  ଔଷଧ ଦିଆଯାଇଥାଏ । ମାତ୍ର ଏହି ଆଂଟି ଭାଇରସ୍ ସବୁବେଳେ ଦିଆଯିବା ଭଲ ନୁହେଁ । କରୋନା ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଲୋକମାନେ ସିଟି ସ୍କାନ୍ ପ୍ରତି ମନ ବଳାଉଛନ୍ତି ଯାହା ଆଗାମୀ ଦିନରେ ମହାବିପଦ ସୃଷ୍ଟି କରିପାରେ । 

Related

News