ନାଗପୁର: କୋଭିଡ୍ ହସ୍ପିଟାଲରେ ନିଆଁ 

  • 10-Apr-2021
  • 0 Comments


ଜଣେ ମହିଳାଙ୍କ ସମେତ ୪ ମୃତ
ମହାରାଷ୍ଟ୍ରର ନାଗପୁରସ୍ଥିତ ଏକ ବେସରକାରୀ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିଯିବା ଫଳରେ ଜଣେ ମହିଳାଙ୍କ ସମେତ ଚାରିଜଣଙ୍କର ପ୍ରାଣହାନି ଘଟିଛିି । ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ହସ୍ପିଟାଲରେ ୨୭ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିଲେ । ନାଗପୁର ଜିଏମସି ମେଡିକାଲ ଅଧୀକ୍ଷକ ଡାକ୍ତର ଅବିନାଶଙ୍କ ସୂଚନା ମୁତାବକ ତିନୋଟି ମୃତଦେହ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ପହଂଚିଛି । ଅନ୍ୟ ରୋଗୀମାନଙ୍କୁ ଆଉ ଗୋଟିଏ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
 

ପ୍ରାପ୍ତ ସୂଚନା ଅନୁସାରେ ଶୁକ୍ରବାର ରାତି ପ୍ରାୟ ୮ଟା ୧୦ ମିନିଟରେ ହସ୍ପିଟାଲର ଦ୍ୱିତୀୟ ମହଲାର ଆଇସିୟୁ ସ୍ଥିତ ଏସିରେ ନିଆଁ ଲାଗିଥିଲା । ସୌଭାଗ୍ୟବଶତଃ ନିଆଁ ଅନ୍ୟ ୱାର୍ଡକୁ ବ୍ୟାପିନାହିଁ । ନିଆଁ ଲାଗିଥିବା ସୂଚନା ପାଇ ଦମକଳ ଗାଡ଼ି ହସ୍ପିଟାଲରେ ପହଂଚିଥିଲା । ହସ୍ପିଟାଲର ଦ୍ୱିତୀୟ ମହଲାରେ ୧୦ ଜଣ ରୋଗୀ ଥିଲେ । ସେମାନଙ୍କ ଭିତରୁ ୬ ଜଣ ପ୍ରାଣ ବିକଳରେ ହସ୍ପିଟାଲ ବାହାରକୁ ପଳାଇ ଆସିଥିଲେ । ଅଗ୍ନିଶମ କର୍ମଚାରୀମାନେ ୪ ଜଣ ରୋଗୀଙ୍କୁ ଉଦ୍ଧାର କରିଥିଲେ । ହସ୍ପିଟାଲର ଅଗ୍ନିରୋଧକ ସିଷ୍ଟମ ପ୍ରତି ସନ୍ଦେହ ପ୍ରକାଶ ପାଇଛି ।

Related

News