ମିଳିମିଶି ଆଗକୁ ଯିବା ପାଇଁ କହିଲେ ପ୍ରଧାନମନ୍ତ୍ରୀ ମୋଦିଜୀ 

  • 15-Jul-2022
  • 0 Comments


ହୁଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଆଇ-ଟୁ-ୟୁ-ଟୁ' ଶୀର୍ଷକ ସମ୍ମିଳନୀରେ ଯୋଗ ଦେଇ ମିଳିମିଶି କାମ କରିବାକୁ ପରାମର୍ଶ ଦେଇଛନ୍ତି ! ବୈଠକରେ ଅଭିଭାଷଣ ଦେବା ଅବସରରେ ମୋଦିଜୀ ପ୍ରଥମେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟାରୀ ଲାପିଦଙ୍କୁ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଥିଲେ। ସମ୍ମିଳନୀ ଆୟୋଜନ ଲାଗି ମଧ୍ୟ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ମୋଦିଜୀ କହିଛନ୍ତି, ଆମେ ସମସ୍ତେ ଭଲ ବନ୍ଧୁ!ଆମ ସମସ୍ତଙ୍କ ଦୃଷ୍ଟିକୋଣରେ ସମାନତା ରହିଛି। ଆଜିର ପ୍ରଥମ ଶିଖର ସମ୍ମିଳନୀରୁ ହିଁ 'ଆଇ-ଟୁ-ୟୁ-ଟୁ' ସକାରାତ୍ମକ ଏଜେଣ୍ଡା ପ୍ରତିଷ୍ଠା କରି ନେଇଛି । ଆମେ ଅନେକ କ୍ଷେତ୍ରରେ ଯୌଥ ପ୍ରକଳ୍ପ ଚିହ୍ନଟ କରି ଆଗକୁ ବଢ଼ିବା ଲାଗି ରୋଡ୍‌ ମ୍ୟାପ ମଧ୍ୟ ପ୍ରସ୍ତୁତ କରିଛୁ । ଆଇ-ଟୁ-ୟୁ-ଟୁ- ଫ୍ରେମୱର୍କ ଅଧୀନରେ ଆମେ ଜଳ, ଇନ୍ଧନ, ପରିବହନ, ମହାକାଶ, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା ଭଳି ଛଅଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଯୌଥ ନିବେଶକୁ ଆଗକୁ ବଢ଼ାଇବା ଲାଗି ସହମତ ହୋଇଛୁ । 
ଆମ ଦେଶମାନଙ୍କର ଆପୋସ ସାମର୍ଥ୍ୟ- ପୁଞ୍ଜି, ବିଶେଷଜ୍ଞତା ଏବଂ ବଜାରକୁ ଉପଯୋଗ କରି ଆମେ ଆମ ଏଜେଣ୍ଡାକୁ ଆଗକୁ ବଢ଼ାଇ ପାରିବା  ! ବିଶ୍ବ ଅର୍ଥବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବା।

ବର୍ଦ୍ଧିତ ବିଶ୍ବ ଅନିଶ୍ଚିତତା ମଧ୍ୟରେ ଆମର ଏହି ସହଯୋଗୀ ବ୍ୟବସ୍ଥା ବ୍ୟବହାରିକ ସହଯୋଗର ଏକ ଭଲ ମଡେଲ ହୋଇପାରିବ । ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ଯେ, ଆଇ-ଟୁ-ୟୁ-ଟୁ- ଜରିଆରେ ଆମେ ବିଶ୍ବସ୍ତରରେ ଇନ୍ଧନ ସୁରକ୍ଷା, ଖାଦ୍ୟ ସୁରକ୍ଷା ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବା !

Related

News