ଚଷାପୁଅ ରକେଟ୍ ମ୍ୟାନ୍

  • 07-Sep-2019
  • 0 Comments


ବେଙ୍ଗାଲୁର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ୨ୟ ଚନ୍ଦ୍ରମିଶନ ଚନ୍ଦ୍ରଯାନ-୨ ଚନ୍ଦ୍ରର ଦ୍ୱାରଦେଶରେ ପହଞ୍ôଚଥିଲେ ହେଁ ଶେଷ ମୁହୂର୍ତ୍ତରେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ସମଗ୍ର ଦେଶ ଇସ୍ରୋର ମୁଖ୍ୟ କେ ଶିବନ ଓ ତାଙ୍କର ବୈଜ୍ଞାନିକ ଟିମ୍ ପଛରେ ଛିଡ଼ା ହୋଇଛନ୍ତି । ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଇସ୍ରୋକୁ ଏପର୍ଯ୍ୟନ୍ତ ନେଇଆସିଛନ୍ତି ଜଣେ ଚାଷୀର ପୁଅ, ଯିଏ ଆଜି ଇସ୍ରୋର ରକେଟ୍ ମ୍ୟାନ୍ ଭାବେ ପରିଚିତ । ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲା ଅନ୍ତର୍ଗତ ସରକାଲ୍ଭିଲାଇ ଗାଁରେ କୈଳାସବାଦିଭୁ ଶିବନ ୧୯୫୭ ଏପ୍ରିଲ ୧୪ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା । ଗାଁ ସରକାରୀ ସ୍କୁଲରେ ସେ ପାଠପଢ଼ା ଆରମ୍ଭ କରିଥିଲେ । ତାମିଲ ମିଡିୟମରେ ପଢ଼ା ଆରମ୍ଭ କରିଥିବା ଶିବନ ମାଡ୍ରାସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୮୦ରେ ଏରୋନଟିକାଲ ଇଞ୍ଜିନିୟରିଂ ପାସ୍ କରି ୧୯୮୨ରେ ଆଇ ଆଇ ଏସ୍ ସିରୁ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ୨୦୦୬ରେ ସେ ଆଇଆଇଟି ବମ୍ବେରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପ ିଏଚ୍ ଡି ହାସଲ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଯେତେବେଳେ ସେ ଗଣିତରେ ୧୦୦% ରଖି ବିଏସ୍ସି ପାସ୍ କଲେ, ସେତେବେଳେ ତାଙ୍କ ବାପା ତାଙ୍କୁ ଅଧିକ ପଢ଼ାଇବାକୁ ବାଧ୍ୟ ହୋଇଥିଲେ । ଅର୍ଥାଭାବରୁ ବିନା ଚପଲରେ ତାଙ୍କର ବାଲ୍ୟକାଳ କଟିଥିଲା । ଏପରିକି କଲେଜ ଯିବା ପର୍ଯ୍ୟନ୍ତ ସେ ଧୋତି ପିନ୍ଧୁଥିଲେ । ସେ କୁହନ୍ତି, ମୁଁ ଯେତେବେଳେ ମାଡ୍ରାସ ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପଢ଼ିଲି, ସେତେବେଳେ ପ୍ରଥମ କରି ପ୍ୟାଣ୍ଟ ପିନ୍ଧିଲି । ୨୦୧୮ ଜାନୁଆରୀରେ ସେ ଇସ୍ରୋର ଅଧ୍ୟକ୍ଷ ଦାୟିତ୍ୱ ନେଲେ । 

Related

News