ଟୀକାକରଣ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ପ୍ରଶ୍ନରେ କେନ୍ଦ୍ର ଚୁପ

  • 02-Jun-2021
  • 0 Comments


ଦେଶରେ କରୋନା ଟୀକାକରଣ ବ୍ୟବସ୍ଥାରେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଦେଶବ୍ୟାପୀ ଟୀକାକରଣ ପ୍ରକ୍ରିୟା ଘୋଷଣା କରିବା ପରେ ଦୁଇଟି ପର୍ଯ୍ୟାୟରେ ଲୋକଙ୍କୁ ମାଗଣାରେ ଟୀକା ଦିଆଯାଇଛି । ମାତ୍ର ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ମାଗଣା ଟୀକା ବ୍ୟବସ୍ଥା କରା ନଯିବାର କାରଣ ଜାଣିବାକୁ ଚାହିଁଥିଲେ ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ଉତ୍ତରରେ ସୁପ୍ରିମକୋର୍ଟ ସନ୍ତୁଷ୍ଟ ହୋଇନାହାନ୍ତି ।
ଦେଶରେ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ କରୋନା ଟୀକା ପ୍ରଦାନ ସମ୍ପର୍କୀତ କେନ୍ଦ୍ର ସରକାରଙ୍କ ନୀତିକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି । ମାମଲାର ବିଭିନ୍ନ ଦିଗକୁ ବିଶ୍ଲେଷଣ କରିବା ପରେ ସୁପ୍ରିମକୋର୍ଟ କହିଛନ୍ତି, ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ କେନ୍ଦ୍ର ସରକାର ମାଗଣା ଟୀକା ବ୍ୟବସ୍ଥା ଲାଗୁ କରିଛନ୍ତି । ମାତ୍ର ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ଟୀକାକରଣ ବାବଦକୁ ଦେୟ ବ୍ୟବସ୍ଥା ଲାଗୁ କରାଯାଇଛି । ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଟୀକାକରଣ ଦାୟିତ୍ୱ କେନ୍ଦ୍ର ସରକାର ମୁଣ୍ଡାଇ ଥିଲାବେଳେ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ଟୀକାକରଣ ବ୍ୟବସ୍ଥାକୁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଂଚଳ ପ୍ରଶାସନ ଉପରେ ଲଦି ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଏଭଳି ନୀତି ମନମୁଖୀ ଓ ଅରୁଚିକର ମନେହୁଏ । 
 

କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣରେ ସର୍ବାଧିକ ୧୮-୪୪ ବର୍ଷ ବୟସର ଜାଣିବା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ପରିବେଶ ସହ ଖାପ ଖୁଆଇ କରୋନା ଭୂତାଣୁ ଏକାଧିକ କ୍ରମଃବିକାଶ ରୂପ ଧାରଣ କରୁଥିବାରୁ ଏବେ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟୀକାକରଣ ଜରୁରୀ ହୋଇପଡ଼ିଛି । କେନ୍ଦ୍ର ସରକାର ସେମାନଙ୍କ  ଟୀକାକରଣ ବ୍ୟବସ୍ଥାକୁ ପ୍ରାଥମିକତା ଦେବାର ସମୟ ଆସିଛି ।  

Related

News