ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ

  • 29-Jan-2021
  • 0 Comments


ଆଜିଠାରୁ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ମିଳିତ ସଂସଦରେ ଅଭିଭାଷଣ ପ୍ରଦାନ କରିବେ । କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ କହିଛନ୍ତି ଯେ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ (ଟିଏମସି), ଶିବସେନା, ଅକାଳି ଦଳ, ଆମ୍ ଆଦମୀ ପାର୍ଟି (ଆପ), ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି), ନ୍ୟାସନାଲ କନଫରେନ୍ସ (ଏନସି), ଡିଏମକେ, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ(ଏମ), ଆଇଜେଏମଏଲ, ଆରସିପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ ଓ ଏଆଇୟୁଡିଏଫ ଆଦି ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସବୁ ଦଳ ବିବୃତି ଜାରି କରିଛନ୍ତି।

 

ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦର କେନ୍ଦ୍ରୀୟ କକ୍ଷରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ବିଜୁ ଜନତା ଦଳର ସାଂସଦ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ପୂର୍ବରୁ କୃଷକ ଆନ୍ଦୋଳନକୁ ସମର୍ଥନ କରି ଦେଶର ୧୬ଟି ପ୍ରମୁଖ ବିରୋଧି ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବାକୁ ଘୋଷଣା କରିଥିଲେ। 

Related

News