ମମତାଙ୍କୁ ହରାଇବି ନଚେତ୍ ସନ୍ନ୍ୟାସ

  • 14-Jul-2021
  • 0 Comments


ଶୁଭେନ୍ଦୁଙ୍କ ଉପରେ ସିଆଇଡି କୋପ
ଦେହରକ୍ଷୀଙ୍କ ସନେ୍ଦହଜନକ ପ୍ରାଣହାନି

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସମୟରୁ ସୃଷ୍ଟି ବିଜେପି-ଟିଏମସି କନ୍ଦଳ ଥମିବାର ନାଁ ଧରୁନି । ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ସ୍ୱୀକୃତି ପାଇଥିବା ବିଜେପି ବିଧାୟକ ଶୁୁଭେନ୍ଦୁ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋପ ବୃଦ୍ଧି ପାଇବାକୁ ଲାଗିଛି । ସତେ ଯେମିତି ମମତା ବାନାର୍ଜୀଙ୍କୁ ହରାଇ ଶୁଭେନ୍ଦୁ ବିରାଟ ଭୁଲ କରିଛନ୍ତି । ଜନୈକ ଦେହରକ୍ଷୀଙ୍କ ସନେ୍ଦହଜନକ ପ୍ରାଣହାନି ଘଟଣାରେ ବୁଧବାର ସିଆଇଡି ଟିମ ଶୁଭେନ୍ଦୁଙ୍କ ଘରେ ପହଂଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି । ତିନିଜଣିଆ ତଦନ୍ତ ଟିମ ଶୁଭେନ୍ଦୁଙ୍କ ପରିବାରର ସବୁ ସଭ୍ୟଙ୍କୁ ଜେରା କରି ଫେରିଛନ୍ତି । ଅବଶ୍ୟ ଶୁଭେନ୍ଦୁ ସେତେବେଳେ ଘରେ ନଥିଲେ । ସିଆଇଡି ଶୁଭେନ୍ଦୁଙ୍କ ଭାଇ ଓ ସାଂସଦ ଦିବ୍ୟେନ୍ଦୁ ଅଧିକାରୀଙ୍କୁ ପଚରା ଉଚରା କରିଛି । ତା’ ସହିତ ତାଙ୍କ ଘରେ ମୁତୟନ କେନ୍ଦ୍ରୀୟ ବାହିନୀର ଶିବିରକୁ ଯାଇ ତଥ୍ୟ ସଂଗ୍ରହ କରିଛି । ସୁରକ୍ଷାକର୍ମୀ ଶୁଭ୍ରବତଙ୍କ ପତ୍ନୀ ସୁପର୍ଣ୍ଣା କାଂଜୀଲାଲ ଚକ୍ରବର୍ତ୍ତୀ ମେଦିନିପୁର ଜିଲ୍ଲାର କାଫି ଥାନାରେ ତାଙ୍କ ସ୍ୱାମୀଙ୍କ ରହସ୍ୟଜନକ ପ୍ରାଣହାନିର ତଦନ୍ତ ଦାବି କରି ଏଫଆଇଆର ଦାଖଲ କରିଛନ୍ତି । ସଂପୃକ୍ତ ଘଟଣାର ସିଆଇଡି ଯାଂଚ ଜରୁରୀ ବୋଲି ବଙ୍ଗଳା ପୁଲିସ ଅନୁଭବ କରିଛନ୍ତି । ବୁଧବାର ଅପରାହ୍ଣ ୩ଟାରେ ସିଆଇଡି ଟିମ ଶୁଭେନ୍ଦୁଙ୍କ ଘରେ ପହଂଚିଥିଲେ । ରାଜନୈତିକ ପ୍ରତିଶୋଧ ନେବା ପାଇଁ ମମତା ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନା ଚାଲିଛି ।
 

ଇତିମଧ୍ୟରେ କୋଲକାତା ହାଇକୋର୍ଟ ମମତାଙ୍କ ନିର୍ବାଚନ ସମ୍ପର୍କୀତ ମାମଲାର ବିଚାର କରି ନିର୍ବାଚନ କମିଶନ, ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟକୁ ନୋଟିସ ଜାରି କରି କିଛି ଜବାବ ଲୋଡ଼ିଛନ୍ତି । ନନ୍ଦିଗ୍ରାମ ଆସନରୁ ବିଜୟୀ ବିଜେପି ପ୍ରାର୍ଥୀ ମାତ୍ର ୧୯୫୬ ଖଣ୍ଡ ଭୋଟରେ ଆଗୁଆ ଥିଲେ । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ୧,୧୦,୭୬୪ ଭୋଟ ପାଇଥିଲା ବେଳେ ମମତା ବାନାର୍ଜୀ ୧,୦୮,୮୦୮ ଭୋଟ ପାଇଥିଲେ । ଭୋଟ ଜାଲିଆତି କରାଯାଇଛି ଅଭିଯୋଗ କରି ମମତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏକଦା ମମତାଙ୍କ ନିକଟତମ ଭାବେ ଜଣାଶୁଣା ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହେବା ପରେ ମମତାଙ୍କ କ୍ରୋଧର ଶିକାର ହୋଇଛନ୍ତି । ବୁଧବାର ସିଆଇଡି ଟିମ ତାଙ୍କ ଘରେ ପ୍ରବେଶ କରିବା ପରେ  ଶୁୁଭେନ୍ଦୁ ଅଧିକାରୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ଏକ ପ୍ରତିକ୍ରିୟାରେ ସେ କହିଛନ୍ତି, ମମତାଙ୍କୁ ହରାଇବା ପରେ ସେ ଶାନ୍ତିରେ ବସିବେ । ଉପ-ନିର୍ବାଚନରେ ମମତାଙ୍କୁ ହରାଇ ନପାରିଲେ, ରାଜନୀତିରୁ ସନ୍ନ୍ୟାସ ନେବି ।
 

Related

News