ସ୍ୱଦେଶ ପହଂଚିଲେ ନ୍ୟୁଜିଲାଣ୍ଡ 

  • 09-May-2021
  • 0 Comments


ଆଇପିଏଲ୍ ବାତିଲ ହେବାପରେ ଏକ ଘରୋଇ ବିମାନରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ନ୍ୟୁଜିଲାଣ୍ଡ ଟିମ । କ୍ରିକେଟିୟର ଟ୍ରେଂଟ ବୋଲ୍ଟ, ଫିନ୍ ଆଲେନ, ଜିମି ନେଶାମ, କୋଚ୍ ଓ ପୂର୍ବତନ ଖେଳାଳୀ ଜେମ୍ସ ପାମେଂଟ ଓ ଶେନ୍ ବଣ୍ଡ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ନିଦେ୍ର୍ଦଶକ ମାଇକ୍ ହେସୋନ ଶନିବାର ରାତିରେ ପହଂଚି ସାରିଥିଲେ । ନ୍ୟୁଜିଲାଣ୍ଡ ଅବତରଣ କରିବା ପରେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । ଦ୍ୱିତୀୟ ଟିମରେ ଲକି ଫର୍ଗୁସନ୍, ବ୍ରେଣ୍ଡନ୍ ମ୍ୟାକକୁଲମ, କମେଂଟେଟର ସିମୋନ ଡୌଲ ଓ ସ୍କଟ୍ ଷ୍ଟାଇରିସ୍, ଅମ୍ପାୟାର କ୍ରୀଷ ଗାଫାନୀ, ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଙ୍ଗ ଓ କିଲେ ମିଲ୍ସ ସ୍ୱଦେଶ ଯାତ୍ରା କରିଛନ୍ତି । 

Related

News