ଟୀକା ନେଲେ ବିରାଟ କୋହଲି, ଇଶାନ୍ତ ଶର୍ମା

  • 10-May-2021
  • 0 Comments


ସୋମବାର ଟିମ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଓ ଦ୍ରୁତ ବୋଲର ଇଶାନ୍ତ ଶର୍ମା ପ୍ରଥମ ଦଫା କୋଭିଡ୍ ଟୀକା ଗ୍ରହଣ କରିଛନ୍ତି । ଟୀକାକରଣ ପ୍ରକ୍ରିୟା ଉପରେ ସନ୍ତୋଷ ବ୍ୟକ୍ତ କରି ଇଶାନ୍ତ ଟ୍ୱିଟ୍ କରିବା ସହିତ ସମସ୍ତଙ୍କୁ ତୁରନ୍ତ ଟୀକା ନେବା ପାଇଁ ଅନୁରୋଧ କରିଛନ୍ତି । ପୂର୍ବରୁ ଉପ-ଅଧିନାୟକ ଆଜିଙ୍କ୍ୟା ରାହାଣେ, ଉମେଶ ଯାଦବ ଓ ଶିଖର ଧୱନ ପ୍ରଥମ ଦଫା ଡୋଜ୍ ନେଇସାରିଛନ୍ତି ।
ଜୁନ ୨ ତାରିଖରେ ଟିମ ଇଣ୍ଡିଆ ସାଢ଼େ ତିନିମାସ ପାଇଁ ଇଂଲଣ୍ଡ ଗସ୍ତରେ ଯାଉଛି । ସେଠାରେ ୬ଟି ଟେଷ୍ଟ ଓ ନ୍ୟୁଜିଲାଣ୍ଡ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏବେ ଦେଶରେ ୧୮ ବର୍ଷ ବୟସରୁ ଅଧିକ ଲୋକମାନେ କରୋନା ଟୀକା ନେଇପାରିବେ । 

Related

News