ମୁଖ୍ୟ ପ୍ରଶିକ୍ଷକ ପାଇଁ ବିସିସିଆଇ ତତ୍ପରତା

  • 18-Oct-2021
  • 0 Comments


ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ସହ ଅନ୍ୟାନ୍ୟ ପଦ ପାଇଁ ରବିବାର ଆବେଦନ ଆହ୍ବାନ କରିଛି ବିସିସିଆଇ । ତା ସହ ଭାରତୀୟ ଦଳର ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଏବଂ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ର କ୍ରୀଡ଼ା ବିଜ୍ଞାନ ଓ ସ୍ବାସ୍ଥ୍ୟ ମୁଖ୍ୟ ପାଇଁ ମଧ୍ୟ ଆବେଦନ ଆହ୍ବାନ କରିଛି ବିସିସିଆଇ। ଏହି ସବୁ ପଦ ଲାଗି ଆବେଦନର ଶେଷ ତାରିଖ ଚଳିତ ମାସ ୨୬ ତାରିଖ ରଖାଯାଇଛି। ଦ୍ରାବିଡ଼ ଗତ ୬ ବର୍ଷ ହେବ ଭରତ ‘ଏ’ ଏବଂ ଭାରତୀୟ ୧୯ ବର୍ଷରୁ କମ୍ ଦଳର ଦାୟିତ୍ବରେ ଥିଲେ। ସଂପ୍ରତି ସେ ଏନ୍‌ସିଏର ମୁଖ୍ୟ ଅଛନ୍ତି। ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହଙ୍କ ଅନୁରୋଧକ୍ରମେ ଦ୍ରାବିଡ଼ ଭାରତୀୟ ବରିଷ୍ଠ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଗ୍ରହଣ କରିବାକୁ ରାଜି ହୋଇଯାଇଥିବା ଜଣାପଡ଼ିଛି।
 

କେବଳ ଔପଚାରିକତା ପାଇଁ ବିସିସିଆଇ ଆବେଦନ ଆହ୍ବାନ କରିଥିବା ଅନୁମାନ କରାଯାଉଛି। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଏବଂ ‌କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର୍‌ ଶ୍ରୀଧରଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ।  

Related

News