ଡେଙ୍ଗା ହେବା ପାଇଁ ଗଣିଲେ ୫୫ ଲକ୍ଷ

  • 21-Jan-2021
  • 0 Comments


ଟେକ୍ସାସର ଡଲାସ ନିବାସୀ ୨୮ ବର୍ଷୀୟ ଯୁବକ ଆଲଫୋନ୍ସୋ ଫ୍ଲୋରେସ ଅସ୍ତ୍ରୋପଚାର ବଳରେ ନିଜର ଉଚ୍ଚତା ବୃଦ୍ଧି କରି ନୂଆ ରେକର୍ଡ ରଚିଛନ୍ତି । ୧୨ ବର୍ଷ ବୟସରୁ ସେ ଉଚ୍ଚତା ବୃଦ୍ଧି କରିବାକୁ ଆଶା ପୋଷଣ କରିଥିଲେ । ଅପରେସନ୍ ପୂର୍ବରୁ ତାଙ୍କର ଉଚ୍ଚତା ୫ ଫୁଟ ୧୧ ଇଂଚ ଥିଲା, ଅପରେସନ୍ ପରେ ତାଙ୍କ ଉଚ୍ଚତା ୬ ଫୁଟ ୧ ଇଂଚ ଅଛି । ଏହି ଅପରେସନ୍ ପାଇଁ ତାଙ୍କୁ ଭାରତୀୟ ଟଙ୍କା ଆକାରରେ ପ୍ରାୟ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ଅଯଥା ଅସ୍ତ୍ରୋପଚାର ନକରିବା ପାଇଁ ତାଙ୍କ ପରିବାର ଓ ବନ୍ଧୁମାନେ ପରାମର୍ଶ ଦେଇଥିବା ସତ୍ତ୍ୱେ ସେ ଅପରେସନ୍ ପାଇଁ ମନ ବଳାଇଥିଲେ । ଫ୍ଲୋରେସ୍ ପେଶାରେ ଜଣେ ମୁକ୍ତ ସାମ୍ବାଦିକ । ଫ୍ଲୋରେସଙ୍କ ଡେଙ୍ଗା ଲୋକଙ୍କ ପ୍ରତି ଦୁର୍ବଳତା ଅଛି । ତେଣୁ ସେ ନିଜେ ଡେଙ୍ଗା ହେବାକୁ ଚାହୁଁଥିଲେ । 

Related

News