ତୃତୀୟ ଟି-୨୦: ଜିତିଲା ଭାରତ

  • 15-Jun-2022
  • 0 Comments


ବିଶାଖାପାଟଣା,(ଭାରତଡେଲି): ତୃତୀୟ ଟି-୨୦ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଚି । ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ଓ ଦକ୍ଷିଣ ଆଫ୍ରିକା ସ୍ଥିତି ୧-୨ ରହିଛି । ଆଗକୁ ଥିବା ଦୁଇଟି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ପକ୍ଷରୁ ରଖାଯାଇଥିବା ୧୮୦ ରନର ଲକ୍ଷ୍ୟର ଜବାବରେ ଦକ୍ଷିଣ ଆଫ୍ରିକା ୧୩୧ ରନ କରି ଅଲଆଉଟ ହୋଇଯାଇଥିଲା। ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ନଥିଲେ। ହେନରିକ କ୍ଲାସେନ ୨୯ ରନ କରିଥିବା ବେଳେ ରେଜା ହେଣ୍ଡରିକ୍ସ ୨୩ ରନ କରିଥିଲେ। ଭାରତ ପକ୍ଷରୁ ହର୍ଷଲ ପଟେଲ ୪ଟି ଓ ଯୁଜବେନ୍ଦ୍ର ଚହଲ ୩ଟି ୱିକେଟ ନେଇଥିଲେ ।
ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୯ ରନ କରିଥିଲା । ଭାରତର ଦୁଇ ଓପନର ଋତୁରାଜ ଗାଇକ୍ବାଡ ଓ ଇଶାନ କିଷନ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ।

ମାତ୍ର ଦୁଇ ଓପନର ଆଉଟ ହେବା ପରେ ଟିମ ଇଣ୍ଡିଆର ମଧ୍ୟକ୍ରମ ଧିମା ପଡ଼ିଯାଇଥିଲା । ଶ୍ରେୟସ ଆୟର ୧୪ ରନ କରିଥିବାବେଳେ ଋଷଭ ପନ୍ତ ୬ ରନ ଓ ଦିନେଶ କାର୍ତ୍ତିକ ୬ ରନ କରି ଆଉଟ ହୋଇଥିଲେ । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ୨୧ ବଲରୁ ୩୧ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ।

Related

News