ବଡ଼ ସ୍କୋର ପାଇଁ ବାପାଙ୍କୁ କଥା ଦେଲେ ୱାଶିଂଟନ

  • 17-Jan-2021
  • 0 Comments


ଭାରତ ଟିମରେ ସାମିଲ ହୋଇ ନୂଆ କ୍ରିକେଟ୍ ତାରକା ୱାଶିଂଟନ ସୁନ୍ଦର ଅଷ୍ଟ୍ରେଲିଆ ବିପକ୍ଷରେ ଗାବା ଇନିଂସ ଖେଳିବାକୁ ରେଡି । ଗୋଟିଏ ହେଲେ ଟେଷ୍ଟ ଶତକ ହାସଲ କରିନଥିବାରୁ ୱାଶିଂଟନଙ୍କ ବାପା ଚିନ୍ତା ପ୍ରକଟ କରିଛନ୍ତି । ଟିମର ସପ୍ତମ ଓ ଅଷ୍ଟମ ସ୍ଥାନରେ ଥିବା ଖେଳାଳିମାନେ ଅର୍ଦ୍ଧଶତକ ହାସଲ କରୁଥିବାରୁ ଭାରତୀୟ କ୍ରିକେଟ୍ ପ୍ରଶଂସକମାନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି ।

ସପ୍ତମ ୱିକେଟ୍ ଭାବେ ପଡ଼ିଆକୁ ଓହ୍ଲାଇ ସୁନ୍ଦର ୧୪୪ଟି ବଲରୁ ଦମଦାର ୬୨ ରନ୍ ହାସଲ କରିଥିଲେ । ଗାବା ଟେଷ୍ଟର ତୃତୀୟ ଦିନରେ ସୁନ୍ଦର ଶାର୍ଦ୍ଦୁଲ ଠାକୁର (୬୭)ଙ୍କ ସହ ମିଶି ୧୨୩ ରନ୍ କରିଛନ୍ତି । ୱାଶିଂଟନଙ୍କ ଖେଳ ଦେଖିବା ପରେ ତାଙ୍କ ବାପା ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭାବିଥିଲି ମୋ ପୁଅ ପଡ଼ିଆରେ ଚୌକା ଓ ଛକା ମାରିବ । ତା’ ପାଖରେ ଚୌକା ଓ ଛକା ମାରିବାର ଦକ୍ଷତା ଅଛି । ତୃତୀୟ ଦିନରେ ତା’ର ଖେଳ ମୋତେ ସନ୍ତୁଷ୍ଟ କରିପାରିଲାନି । ସେ ମୋତେ କଥା ଦେଇଥିଲା ବଡ଼ ସ୍କୋର କରିବ ବୋଲି । ମୁଁ ତା’ର ବଡ଼ ସ୍କୋରକୁ ଚାତକ ପରି ଅପେକ୍ଷା କରିଛି ।  

Related

News