ଫସିଲେ ପାକ୍ ଟେଷ୍ଟ ଅଧିନାୟକ ବାବର ଆଜମ 

  • 15-Jan-2021
  • 0 Comments


ପାକ୍ ଟେଷ୍ଟ ଅଧିନାୟକ ବାବର ଆଜମଙ୍କ ବିରୋଧରେ ଯୌନ ନିିର୍ଯାତନା ଅଭିଯୋଗ କରିଛନ୍ତି ଜନୈକା ଯୁବତୀ । ମାମଲାର ନିରପେକ୍ଷ ତଦନ୍ତ କରିବା ପାଇଁ ଗୁରୁବାର ଅତିରିକ୍ତ ଦୌରାଜଜ ପୁଲିିସକୁ ନିଦେ୍ର୍ଦଶ ଦେଇଛନ୍ତି । ଲାହୋର କୋର୍ଟରେ ଆଗତ ଅଭିଯୋଗ ଅନୁସାରେ ୨୬ ବର୍ଷୀୟ ଆଜମ ଜଣେ ଯୁବତୀଙ୍କୁ ଗର୍ଭପାତ କରିବା ପାଇଁ ବାଧ୍ୟ କରିଥିଲେ । ସଂପୃକ୍ତ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ ଆଜମ ।

ଅତିରିକ୍ତ ଦୌରାଜଜ ନୁମାନ ମହମ୍ମଦ ନୟିମ ଉଭୟ ପକ୍ଷର ଯୁକ୍ତିକୁ ଶୁଣିଲା ପରେ ବାବର ଆଜମଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୁଲିସକୁ ନିଦେ୍ର୍ଦଶ ପ୍ରଦାନ କରିଛନ୍ତି । ପୀଡ଼ିିତା ଅବା ତାଙ୍କ ପରିବାରକୁ କୌଣସି ପ୍ରକାର ଧମକ ନଦେବାକୁ କୋର୍ଟ ଆଜମଙ୍କୁ ଚେତାବନୀ ପ୍ରଦାନ କରିଛନ୍ତି । କୋର୍ଟଙ୍କ ପରାମର୍ଶରେ ପୀଡ଼ିତା ହମିଜା ମୁଖତାର ନାସିରାବାଦ ଥାନାରେ ଏଫଆଇଆର ଦାଖଲ କରିଛନ୍ତି ।

Related

News