ଘରକୁ ଫେରିଲେ ସୌରଭ ଗାଙ୍ଗୁଲି

  • 31-Jan-2021
  • 0 Comments


ରବିବାର ସକାଳେ ଡାକ୍ତରଙ୍କ ଅନୁମତିକ୍ରମେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଡାକ୍ତରଖାନାରୁ ବିଦାୟ ନେଇ ଘରକୁ ଚାଲି ଯାଇଛନ୍ତି । ଆପୋଲୋ ହସ୍ପିଟାଲରେ ତାଙ୍କର ଅପରେସନ୍ କରାଯାଇଥିଲା । ଖୁବଶୀଘ୍ର ସେ ସ୍ୱାଭାବିକ ଅବସ୍ଥାକୁ ଫେରିବେ ବୋଲି  ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି । ଶୁକ୍ରବାର ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ପରେ ତାଙ୍କୁ ଆଇସିୟୁରୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଖାନାରେ ପ୍ରାୟ ଚାରିଦିନ ରହିବା ପରେ ସେ ଘରକୁ ଫେରିଛନ୍ତି ।

Related

News