ଲଣ୍ଡନ ପହଂଚିଲା ନୁ୍ୟଜିଲାଣ୍ଡ ଟିମ୍

  • 17-May-2021
  • 0 Comments


ଇଂଲଣ୍ଡ ସହ ଦୁଇଟି ସିରିଜ ଓ ଭାରତ ସହ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ୍ ଖେଳିବା ପାଇଁ ସୋମବାର ରାତିରେ ନୁ୍ୟଜିଲାଣ୍ଡ କ୍ରିକେଟ୍ ଟିମର ସବୁ ଖେଳାଳୀ ଲଣ୍ଡନରେ ପହଂଚି ଯାଇଛନ୍ତି । ରବିବାର ଅପରାହ୍ଣରେ ଅଧିକାଂଶ ଖେଳାଳୀ ପହଂଚିଥିଲେ । ଜୁନ ୨ ତାରିଖରୁ ଲଣ୍ଡନରେ ପ୍ରଥମ ସିରିଜ ଆରମ୍ଭ ହେବ । ଜୁନ ୧୦ ତାରିଖରେ ବର୍ମିଂହାମରେ ଦ୍ୱିତୀୟ ସିରିଜ ଖେଳାଯିବ । ଜୁନ ୧୮ ତାରିଖରେ ସାଉଥ୍ ଆମ୍ପଟନ୍ ଷ୍ଟାଡିୟମରେ ଭାରତ-ନୁ୍ୟଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ ।

କଡ଼ା କୋଭିଡ୍ ଗାଇଡ୍ ଲାଇନ୍ ଭିତରେ ଖେଳାଳୀମାନେ ଇଂଲଣ୍ଡରେ ପହଂଚିଛନ୍ତି ବୋଲି ନୁ୍ୟଜିଲାଣ୍ଡ କ୍ରିକେଟ୍ ପ୍ରେସ ବିବୃତିରେ ସ୍ପଷ୍ଟ କରିଛି । ସବୁ ଖେଳାଳୀମାନେ କୋଭିଡ୍ ଟେଷ୍ଟର ସାମ୍ନା କରି ଟୀକା ଗ୍ରହଣ କରିଛନ୍ତି । ସାଙ୍ଗରେ ଆବଶ୍ୟକୀୟ ଔଷଧ ଓ ସାନିଟାଇଜର ନେଇଛନ୍ତି । ଇଂଲଣ୍ଡରେ ପହଂଚିବା ପରେ ସବୁ ଖେଳାଳୀମାନେ ତିନିଦିନ ପାଇଁ ହୋଟେଲରେ ସଙ୍ଗରୋଧରେ ଅବସ୍ଥାନ କରିବେ । 

Related

News