ରତନ ଟାଟା ନେଲେ କୋଭିଡ୍ ଟୀକା

  • 14-Mar-2021
  • 0 Comments


ଜଣାଶୁୁଣା ଶିଳ୍ପପତି ରତନ ଟାଟା ଶନିବାର କୋଭିଡ୍ ଟୀକା ଗ୍ରହଣ କରିଛନ୍ତି । ତା’ ସହିତ କୋଭିଡ୍ ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ‘ଆମକୁ ଆମ ଶରୀରର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ହେବ । ସେଥିପାଇଁ ଆମ ସମସ୍ତଙ୍କୁ କୋଭିଡ୍ ଟୀକା ନେବାକୁ ହେବ ।’ ଦେଶରେ କରୋନାର ଦ୍ୱିତୀୟ ଲହର ମୁଣ୍ଡ ଟେକିଲାଣି । ୭୮ ଦିନପରେ ଶନିବାର ୨୩ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ସରକାର ଉଦବେଗ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଟାଟା ଗ୍ରୁପ ପରାମର୍ଶଦାତା ରତନ ଟାଟାଙ୍କ ପରାମର୍ଶ ଗ୍ରହଣଯୋଗ୍ୟ ।

ଶୁକ୍ରବାର ସୁଦ୍ଧା ଭାରତରେ କୋଭିଡ୍ ମାମଲା ୧ କୋଟି ୧୩ ଲକ୍ଷ ୮ ହଜାର ୮୪୬କୁ ବୃଦ୍ଧି ପାଇଛି । ଜାନୁଆରୀ ୧୬ରୁ ଦେଶରେ କୋଭିଡ୍ ଟୀକାକରଣ ଆରମ୍ଭ କରାଯାଇଛି । ପ୍ରଥମ ସୋପାନରେ କେବଳ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯାଇଥିଲା । ପରେ ଫେବୃଆରୀ ୨ରୁ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଗଲା । ମାର୍ଚ୍ଚ ପହିଲାରୁ ୬୦ ବର୍ଷ ବା ତା’ଠାରୁ ଅଧିକ ବୟସର ଲୋକଙ୍କୁ ଟୀକାକରଣ ଆରମ୍ଭ କରାଯାଇଛି । ତେବେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଟୀକାକରଣ ପାଇଁ କେତୋଟି ନିୟମ ରହିଛି ।  

Related

News