ସୁନା ଭରି ୬୫ ହଜାର ଟଙ୍କା ଟପିବା ସମ୍ଭାବନା

  • 02-Jan-2021
  • 0 Comments


୨୦୨୧ ଶେଷ ବେଳକୁ ସୁନା ମୂଲ୍ୟ ୧୦ ଗ୍ରାମକୁ ୬୫ ହଜାର ଟଙ୍କା ଓ ରୁପାମୂଲ୍ୟ କିଲୋଗ୍ରାମ ପିଛା ୯୦୦୦୦ ଟଙ୍କାରେ ପହଞ୍ଚି ପାରେ ବୋଲି ଆକଳନ କରିଛନ୍ତି । ୨୦୨୦ ରେ କରୋନା ଭୂତାଣୁ ସଂକ୍ରମଣ ସତ୍ବେ ସୁନା ରେକର୍ଡ଼ ମୂଲ୍ୟ ଛୁଇଁଛି । ରୁପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଗତବର୍ଷ ଅଗଷ୍ଟରେ ସୁନା ମୂଲ୍ୟ ରେକର୍ଡ଼ ୫୬,୨୦୦ ଟଙ୍କା ଛୁଇଁଥିଲା ଓ ରୁପା କିଲୋଗ୍ରାମ ପିଛା ପହଞ୍ଚିଥିଲା ୮୦ ହଜାର ଟଙ୍କାରେ । ନୂଆବର୍ଷର ପ୍ରଥମ ଦିନରେ ସୁନା ମୂଲ୍ୟ ୦.୦୯% ବୃଦ୍ଧି ସହ ୧୦ ଗ୍ରାମ ପିଛା ୫୦୧୯୫ ଟଙ୍କା ହୋଇଛି । ଏହା ସହ ରୁପା ମୂଲ୍ୟ ମଧ୍ୟ ୦.୧୫% ବୃଦ୍ଧି ପାଇ କିଲୋଗ୍ରାମ ପିଛା ୬୮୨୦୮ ଟଙ୍କାରେ ବିକ୍ରି ହୋଇଛି ।

ବର୍ତ୍ତମାନ ସାରା ବିଶ୍ୱରେ କରୋନା ଜୀବାଣୁ ବୃଦ୍ଧି ହେତୁ ବିଶ୍ବ ଅର୍ଥନୀତିରେ ପୁନରୁଦ୍ଧାର ଏବଂ ପୁନର୍ଜୀବନ  ଅନିଶ୍ଚିତତା ମଧ୍ୟରେ ରହିଛି। ଏହି କାରଣରୁ, ନିବେଶକମାନେ ସୁନା ଓ ରୂପାରେ ନିବେଶକୁ ସୁରକ୍ଷିତ ମଣୁଛନ୍ତି । ସେହିପରି ଦଲାଲ ଷ୍ଟ୍ରୀଟର ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ୨୦୨୧ରେ ସୁନା ମୂଳ୍ୟ ୧୦ ଗ୍ରାମ ପିଛା ୬୫ ହଜାର ଓ ରୁପା କିଲୋପିଛା ୯୦ ହଜାର ଟଙ୍କାରେ ପହଞ୍ଚି ପାରେ ।  

ଯଦିଓ ବିଶ୍ବ ଅର୍ଥନୀତିରେ ବହୁ ପରିମାଣର ପୁନରୁଦ୍ଧାର ପ୍ୟାକେଜ୍ ମିଳୁଛି, ତଥାପି ସୁନା ଏବଂ ରୂପା ବିନିଯୋଗ ନିବେଶକଙ୍କୁ ଆକର୍ଷିତ କରିଥାଏ ଜ୍ଝ ଏହା ସହିତ ଏହି ଦୁଇଟି ମୂଲ୍ୟବାନ ଧାତୁର ମୂଲ୍ୟ ନୂଆ ବର୍ଷରେ ବୃଦ୍ଧି ପାଇବ ଜ୍ଝ ସୋଲାର ପ୍ୟାନେଲ ଏବଂ ଇଲେକ୍ଟ୍ରୋନିକ୍ସ ଭଳି ରୂପା ଆଧାରିତ ପ୍ରଯୁକ୍ତିବିଦ୍ୟାରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି। ଏହି କାରଣରୁ ରୂପା ମୂଲ୍ୟ ମଧ୍ୟ ତୀବ୍ର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Related

News