ପଳାତକ ମେହୁଲ ଚୋକ୍ସିଙ୍କ ପ୍ରତ୍ୟର୍ପଣ ମୁସ୍କିଲ

  • 25-May-2021
  • 0 Comments


ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କକୁ ବିପୁଳ କ୍ଷତିରେ ପକାଇ ବିଦେଶକୁ ପଳାୟନ କରିଥିବା ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍ସିଙ୍କର ଭାରତ ପ୍ରତ୍ୟର୍ପଣ ଏବେ ଅସମ୍ଭବ ପ୍ରାୟ ମନେହୁଏ । ମେହୁଲ ଆଂଟିଗୁଆରେ ରହୁଥିଲେ, ଏବେ ସେ ସେଠାରୁ ପଳାୟନ କରିଥିବା ଶୁଣିବାକୁ ମିଳୁଛି । ଆଂଟିଗୁଆ ସରକାର ମେହୁଲଙ୍କୁ ଖୋଜିବା ଆରମ୍ଭ କରିଛି । ଯଦି ମେହୁଲ ଧରା ନପଡ଼ନ୍ତି, ଭାରତ-ଆଂଟିଗୁଆ ପ୍ରତ୍ୟର୍ପଣ ବୁଝାମଣା ମୂଲ୍ୟହୀନ ହୋଇଯିବ । ଆଂଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀ ଲିଓନେଲ ହର୍ଷ୍ଟ କହିଛନ୍ତି ଯେ ମେହୁଲଙ୍କ ପ୍ରତ୍ୟର୍ପଣ ଏବେ ସମ୍ଭବ ନୁହେଁ । ମେହୁଲ ଧରାପଡ଼ିବା ନିହାତି ଜରୁରୀ, ତା’ ନହେଲେ ପ୍ରତ୍ୟର୍ପଣ କରିବା ସ୍ୱପ୍ନ ପ୍ରାୟ ।

ଶେଷଥର ପାଇଁ ମେହୁଲଙ୍କୁ ରବିବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା । ସେ କାରରେ ବସି ଘରୁ ବାହାରିଥିଲେ । ଏବେ ପୁଲିସ ତାଙ୍କ କାରକୁ ଠାବ କରିଛି, ମାତ୍ର ମେହୁଲଙ୍କୁ ଧରିପାରିନି ।  ଶୁଣିବାକୁ ମିଳୁଛି, ମେହୁଲ ଆଂଟିଗୁଆରୁ ଅନ୍ୟ କୌଣସି ଦେଶକୁ ପଳାୟନ କରିଛନ୍ତି । ଲିଓନେଲ କହିଛନ୍ତି, ଯଦି ମେହୁଲ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କର ନାଗରିକତା ବାତିଲ କରି ଦିଆଯିବ । ତାଙ୍କୁ ସରକାରୀ ସୁରକ୍ଷା ପ୍ରଦାନ କରାଯିବ ନାହିଁ । 

Related

News