ଉପକୂଳ ଛୁଇଁବନି ସାମୁଦ୍ରିକ ଝଡ଼ ‘ଅସନି’

  • 08-May-2022
  • 0 Comments


ଭୁବନେଶ୍ୱର, (ବିଡିଏନ୍ଏସ୍):ଘୂର୍ଣ୍ଣିଝଡ଼ ‘ଅସନି’ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ସ୍ପର୍ଶ କରିବ ନାହିଁ। ଭାରତୀୟ ପାଣିପାଗ ବିଭାଗ ସଦ୍ୟ ଜାରି କରିଥିବା ସୂଚନାରେ କହିଛି ଯେ ଏହି ସାମୁଦ୍ରିକ ଝଡ଼ ଉପକୂଳବର୍ତ୍ତୀ ଅଞ୍ଚଳରେ ସମାନ୍ତରାଳ ଭାବେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ସାମୁଦ୍ରିକ ଝଡ଼ ଅସାନି ଆଜି ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର-ପଶ୍ଚିମ ଦିଗକୁ ଗତିକରି ବାତ୍ୟାରେ ପରିଣତ ହେବ। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସମେତ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା ମଙ୍ଗଳବାରରୁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ।
 

ରାଜ୍ୟ ସରକାର କହିଛନ୍ତି, ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ତୁତିକୁ କମ୍‍ କରାଯିବ ନାହିଁ। ସାଢ଼େ ୭ ଲକ୍ଷ ଲୋକଙ୍କ ପାଇଁ ଅନେକ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖାଯାଇଛି ଓ ପ୍ରଶାସନ ସଜାଗ ରହିଛି ବୋଲି ରାଜ୍ୟ ସରକାର କହିଛନ୍ତି।

Related

News