ବଡ଼ ଶିଳ୍ପପତିଙ୍କୁ ମନାଉଛନ୍ତି କେନ୍ଦ୍ର ସରକାର

  • 15-Jan-2021
  • 0 Comments


ଇସ୍ପାତ ଓ ସିମେଣ୍ଟ ଉତ୍ପାଦକ ଗୋଷ୍ଠୀଙ୍କୁ ପ୍ରମୁଖ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଶୁକ୍ରବାର କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିଥିବା  ୫ ଟି୍ରଲିଅନ ଡଲାର ଅର୍ଥନୀତି ସ୍ୱପ୍ନ କେବଳ ଇସ୍ପାତ ଓ ସିମେଣ୍ଟ ଉଦ୍ୟୋଗ କ୍ଷେତ୍ର ପୂରଣ କରିପାରିବେ । କେନ୍ଦ୍ର ସରକାର ଭିତ୍ତିଭୂମି କ୍ଷେତ୍ରକୁ ପ୍ରାଥମିକତା ଦେଉଥିବାରୁ ଇସ୍ପାତ ଓ ସିମେଣ୍ଟ ଉତ୍ପାଦନ ବୃଦ୍ଧି ପ୍ରତି ଗୁରୁତ୍ୱ ଦେଉଛନ୍ତି । 

ଗଡ଼କରୀଙ୍କ ସୂଚନା ଅନୁସାରେ ଆଗାମୀ ୫ ବର୍ଷ ଭିତରେ ସରକାର ଭିତ୍ତିଭୂମି କ୍ଷେତ୍ରରେ ପ୍ରାୟ ୧୧୧ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବେ । ତେବେ ଇସ୍ପାତ ଓ ସିମେଣ୍ଟ ମୂଲ୍ୟ ବୃଦ୍ଧି କରାଯିବା ଫଳରେ ରିଏଲ ଇଷ୍ଟେଟ୍ କ୍ଷେତ୍ର କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି । ରିଏଲ ଇଷ୍ଟେଟ୍ ବ୍ୟବସାୟୀଙ୍କ ମତରେ ଲୋକଙ୍କ ହାତରେ ଟଙ୍କାର ଅଭାବ ଥିବାରୁ ଅଧିକ ମୂଲ୍ୟରେ ଘର ବିକିବା ସମ୍ଭବପର ନୁହେଁ ।

ବିଲଡର ଆସୋସିଏସନ ସହ ଆଲୋଚନା କରିବା ସମୟରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରି କିଛି ଗୋଟିଏ ବାଟ ବାହାର କରିବେ ।  

Related

News