ମୋଦୀଙ୍କ ନିକଟରେ ଜିଏସଟି ହଟାଅ ଦାବି

  • 09-May-2021
  • 0 Comments


କରୋନା ଟୀକା, ମେଡିକାଲ ସାମଗ୍ରୀକୁ ଜିଏସଟିରୁ ବାଦ ଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ମମତା ଲେଖିଛନ୍ତି, ରାଜ୍ୟ ସରକାର କିଣୁଥିବା ମେଡିକାଲ ସାମଗ୍ରୀ, ଟୀକା ଓ ଔଷଧ ବଳରେ କରୋନା ମହାମାରୀ ମୁକାବିଲା ପାଇଁ ଉଦ୍ଦିଷ୍ଟ ଥିବାରୁ ସେଗୁଡ଼ିକ ଜିଏସଟି ଅନ୍ତର୍ଭୁକ୍ତ କରା ନଯାଉ । ରାଜ୍ୟର କରୋନା ମୁକାବିଲା ଭିତ୍ତିଭୂମି ଶକ୍ତିଶାଳୀ କରିବା ପାଇଁ ବହୁ ସ୍ୱେଚ୍ଛାସେବୀ ସଂଗଠନ, ବଦାନ୍ୟ ବ୍ୟକ୍ତି, ଦାତବ୍ୟ ଅନୁଷ୍ଠାନ ଅକ୍ସିଜେନ ଓ ଅନ୍ୟାନ୍ୟ ସାମଗ୍ରୀ ଦାନ କରୁଥିଲା ବେଳେ କେନ୍ଦ୍ର ସରକାର କରୋନା ଟୀକା ଉପରୁ ଜିଏସଟି ଆଦାୟ କରୁଛନ୍ତି ।
 

କରୋନାକୁ ମୁକାବିଲା କରିବା ଦିଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ମମତା ଅଭିଯୋଗ କରିବା ସହ କେନ୍ଦ୍ର ସରକାର ଉଦାର ମନୋଭାବ ପୋଷଣ କରି ନିଜ ଆଡୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ କରୋନା ଟୀକାଠାରୁ ଆରମ୍ଭ କରି ଯାବତୀୟ ସାମଗ୍ରୀ ଯୋଗାଇବା କଥା ବୋଲି ଉଲ୍ଲେଖ କରିଛନ୍ତି ।

Related

News